ବୋଲଗଡ଼ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ
ବୋଲଗଡ଼, (ଉପାନ୍ତ ଖବର ମାନସ ରଞ୍ଜନ କର)ତା ୨୬/୦୯ ଶନିବାର ଦିନ ବୋଲଗଡ଼ସ୍ଥିତ ମିନିଷ୍ଟାଡିୟମଠାରେ ମଣ୍ଡଳ
ସାଧନ କେନ୍ଦ୍ର ସଂଯୋଜକ କୈଳାସ ନାଥ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ
ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ଉଭୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ବିଚାରକ ରୂପେ ସି.ଆର.ସି.ସି ହୃଷିକେଶ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଚନ୍ଦ୍ର ଶେଖର ନାୟକ ଏବଂ ଶେଖ୍ ମୁସ୍ତାକ ଅଲ୍ଲୀ କାର୍ଯ୍ୟ
ସମ୍ପାଦନ କରିଥିଲେ ।ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ
ଆୟୋଜିତ ସଭାରେ ଗଣିଆସ୍ଥିତ ଅଧିକାର
ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଞ୍ଜି ନିୟର କର୍ପୁର ସାହୁ ମୁଖ୍ୟ ଅତିଥି, ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ
ବେହେରା ମୁଖ୍ୟ ବକ୍ତା, ଶିକ୍ଷୟିତ୍ରୀ ଅନିତା
ପ୍ରିୟଦର୍ଶିନୀ ଓ ଶିକ୍ଷକ ଅଭିଷେକ ମହାନ୍ତି
ସମ୍ମାନିତ ଅତିଥିଭାବେ ଯୋଗଦାନ କରି
ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର “ସେବା ସଂକଳ୍ପ ଅଭିଯାନ -୨୦୨୬” ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ହାସଲକାରୀଙ୍କୁ ପୁରସ୍କାର
ବିତରଣ କରିଥିଲେ। ଉପ କନିଷ୍ଠ ବିଭାଗରେ
ଚିତ୍ରାଙ୍କନରେ ସରକାରୀ ଉଚ୍ଚ ବିଦ୍ୟାଳୟ,
ବୋଲଗଡ଼ର ଛାତ୍ରୀ ସୁଶ୍ରୀ ସୁଜନ ମହାରଣା
ଏବଂ ବକ୍ତୃତାରେ ଉକ୍ତ ବିଦ୍ୟାଳୟର ଛାତ୍ରୀ
ଆରାଧନା ତ୍ରିପାଠୀ, କନିଷ୍ଠ ବିଭାଗରେ ଚିତ୍ରାଙ୍କନରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଅରଖପଲ୍ଲୀର ଛାତ୍ର ଚନ୍ଦ୍ରକାନ୍ତ ପରିଡ଼ା ଓ ବକ୍ତୃତାରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ରୁମାନ
ପରୱିନ୍, ବରିଷ୍ଠ ବିଭାଗରେ ଚିତ୍ରାଙ୍କନରେ
ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର
ସାନୁ ପଲ୍ଲେଇ ଓ ବକ୍ତୃତାରେ ଓଡ଼ିଶା ଆଦର୍ଶ
ବିଦ୍ୟାଳୟ, ପିଚୁକୁଳିର ଛାତ୍ରୀ ଅଭିପ୍ସା ଦାଶ
ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତା ୨୮/୦୯/୨୦୨୬ ରିଖରେ ବି. ଜେ. ବି. ଉଚ୍ଚ
ବିଦ୍ୟାଳୟ, ଖୋର୍ଦ୍ଧାଠାରେ ଅନୁଷ୍ଠିହେବାକୁ
ଥିବା ଜିଲ୍ଳା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅବଗତ କରିଥିଲେ। ପରିଶେଷରେ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରାନୁମା ପ୍ରଧାନ ଓ ତାଙ୍କର ସମସ୍ତ ସହକର୍ମୀ ସହଯୋଗ କରିଥିଲେ।
