September 27, 2026

ତିର୍ତ୍ତୋଲ ପୋଲିସ ଦ୍ୱାରା ଅଦ୍ଭୁତ ଗାଡି ଜବତ,ଦୁଇଜଣ ଗିରଫ ହୋଇ କୋର୍ଟ ଚାଲାଣ

IMG-20260927-WA0002
Share

 

ତିର୍ତ୍ତୋଲ ::-27/9/26 ନୂତନ ଭାବେ ଲାଇଟ ଆଉ ବକ୍ସ ଲଗେଇ ବ୍ୟବହାର କରୁଥିବା OD-21-J-2884 ନମ୍ବର ଗାଡିକୁ ଜବତ କରିଛି ତିର୍ତ୍ତୋଲ ପୋଲିସ ।ନିୟମ ବିହୀନ ଭାବେ ଉକ୍ତ ଗାଡିକୁ ବ୍ୟବହାର କରୁଥିବା ବ୍ୟକ୍ତି ତିର୍ତ୍ତୋଲ ଥାନା ଅଧିନସ୍ତ ଗରେଇ ଲଥାଙ୍ଗ ଗ୍ରାମର ଅଜିତ କୁମାର ତାରେଣିଆ ଙ୍କ ୨୭ ବର୍ଷୀୟ ପୁତ୍ର ରାଜେଶ କୁମାର ତାରେଣିଆ, ଏବଂ ଶିରୋଳ ଗ୍ରାମର ପ୍ରସନ୍ନ କୁମାର ଦାସଙ୍କ ପୁତ୍ର ୧୯ ବର୍ଷୀୟ ବିବେକ ଦାସ ଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ଅଭିଯୁକ୍ତଙ୍କ ନାମରେ କେଶ ନମ୍ବର ୪୨୯ ରେ ୨୬/୯/୨୬ ତାରିଖରେ ଧାରା ୨୯୬/୨୨୩/୧୨୫(b)/୨୭୦/୧୦୯(୧)/୧୧୫(୨)/୧୧୭(୨)/୧୮୯/୨୯୨/୩(୫)ଏବଂ ଓଡିଶା ପରିବେଶ ସୁରକ୍ଷା ଆଇନ ୧୫, ଏମ. ଭି. ଧାରା ୫୨/୧୯୦(୨)/୩୯/୧୯୨/୧୮୦/୧୮୧ ଅନୁଯାୟୀ ଦଫା ଲଗାଇ ଉଭୟ ଅଭିଯୁକ୍ତ ଙ୍କୁ ମାନ୍ୟବର କୋର୍ଟ କୁ ଚାଲାଣ କରା ଯାଇଛି ।ଏହି ସଂଗୀନ ଅଭିଯୋଗ ତିର୍ତ୍ତୋଲ ଥାନାର ନବନିଯୁକ୍ତ ଏସ. ଆଇ. ଜୟଦୀପ କୁମାର ମହାନ୍ତି ଙ୍କ ଦ୍ୱାରା ହୋଇଥିବା ବେଳେ,ଆଇ ଓ ଭାବେ ଅତିରିକ୍ତ ଆଇ ଆଇ ସି ରଘୁନାଥ ଟୁଡୁ ଉକ୍ତ କେସ କୁ ଭଲଭାବେ ବୁଝି ଅଭିଯୁକ୍ତ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ସୂଚନା ମିଳିଛି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର