June 26, 2024

ଖୋଳଖାଳି ପଞ୍ଚାୟତ ପକ୍ଷରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ 

Share

ଖୋଳଖାଳି ପଞ୍ଚାୟତ ପକ୍ଷରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ
ବୁଗୁଡା : ତା ୨୭/୦୯/୨୩ : ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ପଞ୍ଚାୟତ ପକ୍ଷରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାଏବ ସରପଞ୍ଚ ପ୍ରମୋଦ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଇଓ ପ୍ରକାଶ ଚନ୍ଦ୍ର ବଡମୁଣ୍ଡି ,ଜିଆରଏସ୍ ବସନ୍ତ ବରାଡ, ଆରଡବ୍ଲୁଏସ୍ଏସ୍ ଯନ୍ତ୍ରୀ ଏ.ରାମା ରାଓ, ସୋସାଇଟି ସଭାପତି ସନ୍ମତ ସାମଲ ପ୍ରମୁଖ ଉପସ୍ଥିତ ରହି “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋଚନା କରିବା ସହ ପଞ୍ଚାୟତରେ ସ୍ବଚ୍ଛତା ରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ଓ୍ବାର୍ଡ ମେମ୍ବର , ସିଆରପି, ଏମବିକେ ,ଏସଏଚଜି ମହିଳା , ଅଙ୍ଗନୱାଡି କର୍ମୀ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ। ଏ ଅବସରରେ ନାଏବ ସରପଞ୍ଚଙ୍କ ତତ୍ତ୍ବାବଧାନରେ ବାଙ୍କେଶ୍ଵରୀ ମନ୍ଦିର ପରିସର ଓ ରାସ୍ତାଘାଟ ଆଦି ସଫେଇ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉମାକାନ୍ତ ପାତ୍ରଙ୍କ ସମେତ ଓ୍ବାର୍ଡ ମେମ୍ବରମାନେ ସହଯୋଗ କରିଥିଲେ ।