August 27, 2026

ହର ହର ମହାଦେବ ଧ୍ୱନିରେ ଶେଷ ହେଲା ବୋଲବମ୍ ଯାତ୍ରା

IMG-20260827-WA0052
Share

 

 

ଲାଞ୍ଜିଗଡ: ତା -୨୭/୦୮(ପୁରନ୍ଦର ଦଣ୍ଡସେନା)

ଶ୍ରାବଣ ମାସର ପବିତ୍ର ବୋଲବମ୍ ଯାତ୍ରାକୁ ଭକ୍ତି ଓ ଉତ୍ସାହର ସହ ସମାପନ କରିଛନ୍ତି ଲାଞ୍ଜିଗଡ଼ ଅଞ୍ଚଳର କାଉଡ଼ିଆ ଭକ୍ତମାନେ।

ବଂଶଧାରା ନଦୀରୁ ପବିତ୍ର ଜଳ ସଂଗ୍ରହ କରି କାଉଡ଼ିଆମାନେ ପାଦରେ ଚାଲି ଶିବ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଠାରେ ଜଳାଭିଷେକ କରିଥିଲେ। ଏହି ଅବସରରେ ସମଗ୍ର ପରିବେଶ “ହର ହର ମହାଦେବ” ଓ “ବୋଲବମ୍” ଧ୍ୱନିରେ ମୁଖରିତ ହୋଇଉଠିଥିଲା।

କାଉଡ଼ିଆଙ୍କ ସହ ଛୋଟ ପିଲାମାନେ ମଧ୍ୟ ଏହି ଧାର୍ମିକ ଯାତ୍ରାରେ ସାମିଲ ହୋଇଥିଲେ। ଦୀର୍ଘ ଯାତ୍ରାର କ୍ଲାନ୍ତିକୁ ଭୁଲି ଭକ୍ତମାନେ ମହାଦେବଙ୍କ ନାମ ଜପ କରି ଆଗକୁ ବଢ଼ିଥିଲେ।

ଭକ୍ତି, ଶୃଙ୍ଖଳା ଓ ଭାଇଚାରାର ଏହି ପବିତ୍ର ଯାତ୍ରା ଶେଷ ହୋଇଥିଲେ ମଧ୍ୟ, ଭକ୍ତମାନଙ୍କ ମନରେ ରହିଯାଇଛି ମହାଦେବଙ୍କ ପ୍ରତି ଅସୀମ ଶ୍ରଦ୍ଧା ଓ ଆସ୍ଥା।

*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*

You may have missed