April 27, 2026
IMG-20250827-WA0066
Share

 

ଚିକିଟୀ ଶୁଭଶ୍ରୀ ପ୍ରଧାନ

ତାରିଖ ୨୭/୦୮/୨୦୨୫

ଚିକିଟୀ ପ୍ରାଣୀ ଚିକିତ୍ସାଳୟ ର ପ୍ରାଣିଧନ ନିରୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ପଦୋନ୍ନତି ପାଇ ବ୍ରହ୍ମପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀ ରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ବିଦାୟ କାଳୀନ ସଭାରେ ଡ଼କ୍ଟର କୁଲଦୀପ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଡ଼କ୍ଟର ଏସ କେ ରେଡ୍ଡୀ ମୁଖ୍ୟ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ଚିକିଟୀ ପ୍ରାଣୀ ଚିକିତ୍ସାଳୟ ର ସମସ୍ତ ସହକର୍ମୀ କାର୍ଯ୍ୟକ୍ରମ ଟିର ଆୟୋଜନ ସକାଶେ ସମ୍ପୂର୍ଣ ସହଯୋଗ କରଥିଲେ। ଶ୍ରୀ ପାଢ଼ୀଙ୍କ ପଦୋନ୍ନତି ସକାଶେ ସମସ୍ତେ ଖୁସିବ୍ୟକ୍ତ କରିଥିଲେ ମଧ୍ୟ, ଅନେକ ଦିନ ଧରି ଏଠାରେ କାର୍ଯ୍ୟ ରତ ଥିବା ଯୋଗୁଁ ସେ ମନ ମାନସରେ ଅଭୁଲା ରହିବେ ଏବଂ ସେ ଜଣେ ମେଳାପୀ, ମିଷ୍ଠ ଭାଶୀ, କର୍ତ୍ତବ୍ୟ ନିଷ୍ଠା ଓ ପରୋପକାରୀ ଯୋଗୁଁ ସମସ୍ତ ଙ୍କ ନିକଟରେ ଚିରସ୍ମରଣୀୟ ହୋଇ ରହିବେ ବୋଲି ସମସ୍ତଙ୍କ ମୁଖରୁ ବକ୍ତବ୍ୟ ପ୍ରଦିତ ହୋଇଥିଲା । ଅନ୍ତରର ଦୁଃଖକୁ ଚାପି ଖୁସିର ସହ ତାଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ, ଉପଢୌକନ ଭଳି ଅନେକ ଉପହାରରେ ସହକର୍ମୀଙ୍କ ଦ୍ୱାରା ବିମଣ୍ଡିତ କରାଯାଇଥିଲା ।