କାର ସିରିଜ ଦୃଘଟଣାଗ୍ରସ୍ତ ରେ ୩ ବାଇକ ଆରୋହୀ ଗୁରୁତର l ( କାର ଚାଳକ କୁ ଗୋପ ପୋଲିସ ଅଟକ ରଖିବା ସହିତ ଗାଡି ଜବତ )

IMG-20250827-WA0000
Share

 

ନିମାପଡା ରୁ କୋଣାର୍କ ଏବେ ଦୃଘଟଣାପ୍ରବଣ ଏରିଆ ରେ ପରିଣତ ହେଲାଣି l ବିଗତ କିଛିଦିନ ନିୟମିତ ଛୋଟ ବଡ଼ ଦୃଘଟଣା ଘଟୁଛି l ରାସ୍ତା ଉପରେ ବୁଲା ଗୋରୁ ଓ କୁକୁର ଙ୍କ ଅଧିକାଂଶ ଦୃଘଟଣା ର ସମ୍ମୁଖୀନ ହେଉଛନ୍ତି l କିଛି ଚାଳକ ଙ୍କ ଅନ୍ୟମନସ୍କ ଯୋଗୁ ଦୃଘଟଣା ହେଉଥିବେଳେ ଆଉ କିଛି ଦ୍ରୁତ ଗତି ଯୋଗୁ ତ ଆଉ କିଛି ମଦ୍ୟପାନ ଯୋଗୁ ଦୃଘଟଣା ଘଟୁଥିବା ଜଣାପଡୁଛି l ଆଜି ଅପରାହ୍ନ ରେ ପୁନଃ ଏକ ସିରିଜ ଦୃଘଟଣାଗ୍ରସ୍ତ ହୋଇଛି ଏକ କାର l ଗୋପ ରୁ କୋଣାର୍କ ଅଭିମୁଖେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଏକ ବାଇକ ଆରୋହୀ କୁ ଧକ୍କା ଦେଇ ଆଉ ୩ଟି ବାଇକ ଉପରେ ଚଢିଯାଇ ଏକ ଗ୍ରୋସରୀ ଦୋକାନ ଭିତରେ ପସିଗଲା କାର l କାର ଚାଳକ ସୁରକ୍ଷିତ ଥିବାବେଳେ ବାଇକ ଆରୋହୀ ତିନିଜଣ ଗୁରୁତର ତାଙ୍କୁ ଭୁବନେଶ୍ୱର ର ୬ ନମ୍ବର ହସ୍ପିଟାଲ କୁ ସ୍ଥାନ୍ତାରିତ କରାଯାଇଛି l କାର ଚାଳକ ହେଲେ କୋଣାର୍କ ଅଞ୍ଚଳର ରବୀନ୍ଦ୍ରନାଥ ବାହିନୀପତି l ଭୈରବ ସାଧନ କେନ୍ଦ୍ର ସଂଯୋଜକ ବା CRC ଭାବେ କାର୍ଯ୍ୟରତ l ଗୋପ ମେଡିକାଲରେ ଡାକ୍ତର ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରା ଯାଇଛି। ଗୁରୁତର ତିନିଜଣ ଗୋପ ବେଦପୁର ଦେବରାଜ ପଣ୍ଡା, ଜଗତସିଂହପୁର ନାଉଙ୍ଗା ଅଞ୍ଚଳର ସ୍ମୁତି ରଞ୍ଜନ ପଣ୍ଡା, ଏବଂ କଟକ ନଖରା ଅଞ୍ଚଳର ବିକାଶ ନାଥ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ବାଇକ ଓ କାର କୁ ଜବତ କରିବା ସହିତ ଚାଳକ ଙ୍କୁ ଅଟକ ରଖିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ