ଆଜିର ଖବର ..
୧-ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ବୈଠକ: ଜଳବାୟୁ ଅନୁକୂଳ ଓ ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ।
୨-ମୁକୁନ୍ଦପ୍ରସାଦରେ ପୋଲିସ ଛାଉଣୀ, ମୌଜାରେ ୧୬୩ ବିଏନଏସ ବଳବତ୍ତର।
୩-ଭୁବନେଶ୍ୱର:୭୨୦୦ ଭାଗବତ ଟୁଙ୍ଗିକୁ ଦିଆଯାଇଥିବା ୩୭ କୋଟି ଟଙ୍କାର ହିସାବ ନାହିଁ।
୪-ବାର୍ଡ ଫ୍ଲୁ ପାଇଁ ଜାରି ହେଲା ଆଡଭାଇଜାରି, ଚିକେନ ନ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ।
୫-ବାର୍ଡ ଫ୍ଲୁ ଆତଙ୍କ, ଓଡ଼ିଶାରୁ କୁକୁଡ଼ା ଆମଦାନୀ ବନ୍ଦ କଲା ପଶ୍ଚିମବଙ୍ଗ।
୬-ସୋରଡ଼ା:ପୋଲିସ ପଞ୍ଝାରେ ୫ ଡକାୟତ, ସୁନା, ଟଙ୍କା ସହ ଦାମୀ ମୋବାଇଲ ଘଣ୍ଟା ଜବତ।
୭-ଭୁବନେଶ୍ୱର:ସବୁଠି କୃଷ୍ଣ ମୟ , ଉତ୍ସାହର ସହ ପାଳିତ ହେଲା ଜନ୍ମାଷ୍ଟମୀ।
୮-ମାଲକାନଗିରି:ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୭ ଲକ୍ଷ ଟଙ୍କାର ପୁରସ୍କାର।
୯-ଭୁବନେଶ୍ୱର:ଅସଜଡା ଟ୍ରାଫିକ, ବାପୁଜୀ ନଗର ସ୍ଥିତି ସଙ୍ଗୀନ।
୧୦-ଭୁବନେଶ୍ୱର : ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍, ବୟସ ସୀମା ୨୧ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ , ଆଧାରକାର୍ଡ଼ ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଗ୍ରହଣ ହେବ।
୧୧-ଭୁବନେଶ୍ୱର:ଖୋଲିବ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ପୁରୁଣା ଫାଇଲ୍, ଶ୍ରାଦ୍ଧ ଦିବସରେ ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା।
୧୨-ଭୁବନେଶ୍ୱର:ମେକ୍ ଇନ୍ ଓଡ଼ିଶା -୫୯୨ ପ୍ରସ୍ତାବକୁ ମିଳିଛି ଅନୁମୋଦନ।
୧୩-କାକଟପୁର:ଏବେ ବି ଦେବୀ ମୁହାଣରେ ଫସି ରହିଛି ଟ୍ରଲର, ସମୁଦ୍ର ଅଶାନ୍ତ ଯୋଗୁ ଫେରିଲା ଉଦ୍ଧାରକାରୀ ଟ୍ରଲର।
୧୪-ଓଡ଼ିଶାରେ ଅକ୍ଷୟ ଶକ୍ତିର ଉତ୍ପାଦନ ନେଇ ବୈଠକ: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା କଲେ ଆଦାନୀ ଗ୍ରୀନ୍ ଏନର୍ଜି ଗ୍ରୁପ୍ର ପ୍ରତିନିଧି।
୧୫-ଭୁବନେଶ୍ୱର ବିମାନ ବନ୍ଦରରୁ ୫୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ, ୪ ଜଣ ଅଟକ।
୧୬-ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ।
୧୭-ବ୍ରହ୍ମପୁର: ଜଳଖିଆ ବିକି ଡାକ୍ତରୀ ପଢ଼ିବାର ସ୍ବପ୍ନ ସଫଳ ହୋଇଛି ,ବାପ ଛେଉଣ୍ଡ ବିକାଶ ସାହୁଙ୍କର।
୧୮-କୋରାପୁଟ: ଗୋରୁ ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍,୧୭ ଗୃହ ପାଳିତ ପଶୁଙ୍କ ମୃତ୍ୟୁ।
୧୯-କର୍ଣ୍ଣାଟକ:ଜେଲରେ ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା; ୭ ଅଧିକାରୀ ନିଲମ୍ବିତ।
୨୦-ଗୁଜୁରାଟରେ ମୂସଳଧାରାରେ ବର୍ଷା, ବହୁ ଜିଲ୍ଲାରେ ବନ୍ୟା, ଜଳବନ୍ଦୀ ସହର ବାସିନ୍ଦା
୨୧-ଇସଲାମବାଦ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ,୬୦ ମୃତ।
୨୨-ଋଷିଆରେ ଆମେରିକା ୯/୧୧ ଭଳି ଆକ୍ରମଣ, ବହୁତଳ ଅଟ୍ଟାଳିକା ସହ ଧକ୍କା ଲାଗିଲା ୟୁକ୍ରେନ ଡ୍ରୋନ।