April 29, 2026

ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ସାର୍ କଲେ ରକ୍ତଦାନ 

IMG-20250727-WA0037
Share

 

ଭଞ୍ଜନଗର, ୨୭ ଜୁଲାଇ: ଆଜି ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଳବ୍ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ବେନକ୍ୟୁଟ ହଲ୍ ଓ ରିସର୍ଟ ଠାରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଆଜିର ଦିନରେ ରକ୍ତର ଯେ କେତେ ଆବଶ୍ୟକତା ଓ ଗୁରୁତ୍ବ ରହିଛି ତାହା ଅଳ୍ପବହୁତ ସମସ୍ତେ ଜାଣନ୍ତି। ଅନେକ ରୋଗୀ ଆଜି ରକ୍ତର ଅଭାବ କାରଣରୁ ମୃତ୍ୟୁ ବରଣ କରୁଛନ୍ତି। ଜଣକୁ ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ହେଲେ ଅନ୍ୟ ଜଣେ ରକ୍ତଦାନ କରିବା ନିହାତି ଜରୁରୀ। କୁହାଯାଏ ରକ୍ତଦାନ ଜୀବନ ଦାନ, ରକ୍ତଦାନ ମହାପୁଣ୍ୟ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଥରେ ନିଶ୍ଚିତ ରୂପେ ରକ୍ତଦାନ କରିବା ଆବଶ୍ୟକ। ସେହିପରି ଜୀବନଧାରଣ ପାଇଁ ରକ୍ତର ଭୂମିକା, ଗୁରୁତ୍ଵ ଓ ପ୍ରୟୋଜନୀୟତାକୁ ଉପଲବଧି କରି ଆଜି ବିଜ୍ଞାନ ଶିକ୍ଷକ, ପ୍ରକୃତି ବନ୍ଧୁ, ସାମାଜିକ କର୍ମୀ ତଥା ମାନବ ପ୍ରେମୀ ଦ୍ଵିତୀକୃଷ୍ଣ ଲେଙ୍କା ଏହି ରକ୍ତ ଦାନ ଶିବିରରେ ପୁଣିଥରେ ରକ୍ତଦାନ କରି ମିଡ଼ିଆ କ୍ଳବ୍ ଦ୍ଵାରା ସମ୍ମାନିତ ହୋଇଛନ୍ତି। ଗତବର୍ଷ ମଧ୍ୟ ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରରେ ନିଜର ଜନ୍ମଦିନ ପାଳନ ସହିତ ରକ୍ତଦାନ କରି ସମ୍ମାନିତ ହୋଇଥିଲେ। ପ୍ରତିବର୍ଷ ନିଜ ଜନ୍ମଦିନରେ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ଏହି ଶିକ୍ଷକ ମହୋଦୟ। ଏହା ସହିତ ନିଜର ମୃତ୍ୟୁ ବରଣ ପରେ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ଆଗ୍ରହ ଓ ସ୍ଵୀକୃତି ପ୍ରଦାନ କରିଥିଲେ ଏବଂ ଅର୍ଗାନ୍ ଡୋନର୍ ରେଜିଷ୍ଟ୍ରି ପୋର୍ଟାଲ୍ ରେ କରିଥିଲେ। ଏହି ବର୍ଷ ନିଜର ଜନ୍ମ ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ଏହି ଶିକ୍ଷକ ବନ୍ଧୁ ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟମାନଙ୍କ ସହିତ ମିଶି ତନରଡା ସ୍ଥିତ ସତ୍ୟଶ୍ରୀ ଜରାଶ୍ରମ ଓ ବଡକୋଦଣ୍ଡା ନିକଟସ୍ଥ କୁଷ୍ଠ ରୋଗୀ ଆଶ୍ରମ ଠାରେ ଅନ୍ତେବାସୀଙ୍କ ଗହଣରେ ନିଜର ଜନ୍ମଦିନ ପାଳନ କରିଥିଲେ। ପ୍ରକାଶ ଥାଉକି ଲେଙ୍କା ସାର୍ ବିଭିନ୍ନ ସାମାଜିକ ଜନହିତକର କାର୍ଯ୍ୟକଳାପ ଓ ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ତଥା ବ୍ୟାପକ ବୃକ୍ଷ ଚାରା ରୋପଣ ପାଇଁ ପୂର୍ବରୁ ସରକାରଙ୍କ ଦ୍ୱାରା ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଓ ବେଷ୍ଟ ଇନଷ୍ଟିଚ୍ୟୁଟନାଲ ଆଓ୍ଵାର୍ଡ ପାଇ ସାରିଛନ୍ତି। ସେହିପରି ଅନେକ ସ୍ବେଛାସେବୀ ସଂଗଠନ ଓ ସଂସ୍ଥା ପକ୍ଷରୁ ବିପଦର ବନ୍ଧୁ, ବୃକ୍ଷ ପ୍ରେମୀ, ଗ୍ରୀନ୍ ମ୍ୟାନ୍, ଗ୍ରୀନ୍ କମାନଣ୍ଡେଣ୍ଟ, ସବୁଜ ସାରଥୀ, କ୍ଲାଇମେଟ ରେଜିଲାଣ୍ଟ, ଇକୋ ହିରୋ ସମ୍ମାନ, ଅମୂଲ୍ୟ ଦାସ ସ୍ମୃତି ସମ୍ମାନ, ପ୍ରାଇଡ୍ ଅଫ୍ ଓଡ଼ିଶା ଆଓ୍ଵାର୍ଡ, ନେସନାଲ ବେଷ୍ଟ ସୋସିଆଲ ଓ୍ଵାର୍କର ଆଓ୍ଵାର୍ଡ, ଇଣ୍ଟରନେସନାଲ ସୋସିଆଲ ଅନରେବଲ ଆଓ୍ଵାର୍ଡ, ଶ୍ରୀକ୍ଷେତ୍ର ସମ୍ମାନ, ଆଦି ସମ୍ମାନ ପାଇଛନ୍ତି। ରକ୍ତଦାନ, ସାମାଜିକ ସେବା କାର୍ଯ୍ୟ ଓ ପରିବେଶ ସୁରକ୍ଷା ତଥା ପ୍ରକୃତି ସଂରକ୍ଷଣ ଭଳି ମହାନ ଏବଂ ପବିତ୍ର କାର୍ଯ୍ୟ କଲେ ମାନସିକ ଶାନ୍ତି ଓ ଆତ୍ମ ସନ୍ତୋଷ ମିଳିଥାଏ ବୋଲି ଏହି ଶିକ୍ଷକ ବନ୍ଧୁ ପ୍ରକାଶ କରିଛନ୍ତି|

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed