May 14, 2026

ଉଚ୍ଚ ଶିକ୍ଷା , କ୍ରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଙ୍କୁ ଭେଟି ସମସ୍ୟା ଜଣାଇଲେ ବିଜେପି ଯୁବନେତା ପ୍ରିତେଶ ବହିଦାର

Share

 

ବରଗଡ଼ : (ଉପାନ୍ତ ଖବର) ଲୋକସେବା ଭବନ ଠାରେ ରାଜ୍ୟ କ୍ରୀଡା ସଂସ୍କୃତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ପଦ୍ମପୁର ଭାରତୀୟ ଜନତା ପାର୍ଟି ର ଯୁବନେତା ପ୍ରିତେଶ ବହିଦାର ଭେଟି ପଦ୍ମପୁର ଅଂଚଳ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି କ୍ରିଡ଼ା ଓ ଶିକ୍ଷା ସମସ୍ୟା ଅବଗତ କରିଛନ୍ତି। ପଦ୍ମପୁର ର ସର୍ବପୁରାତନ ଅଞ୍ଚଳ ମହାବିଦ୍ୟାଳୟ ରେ ଥିବା ବିଭିର୍ଣ୍ଣ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିବା ସହ, କ୍ରିଡ଼ା ,କଳା ଓ ସଂସ୍କୃତି ର ମାଟି ବୋଡ଼ା ସମ୍ବର ଅଞ୍ଚଳରେ କଳା ଏବଂ କଳାକାର ଙ୍କୁ ପ୍ରୋତ୍ସାହନ ଓ ବିକାଶ ନିମିତ୍ତ ବିଭିର୍ଣ୍ଣ କାର୍ଯ୍ୟକ୍ରମ ର ଆଲୋଚନା କରିବା ସହ, ଅଞ୍ଚଳ କୁ ବିଭିର୍ଣ୍ଣ ସମୟରେ ଗୌରବାନ୍ୱିତ କରିଥିବା ବହୁ ଖେଳାଳି ବାହାରିଛନ୍ତି ଏଣୁ ଆଗକୁ ମଧ୍ୟ କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀ ଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅତ୍ୟାଧୁନିକ ଷ୍ଟାଡିଅମ ର ନିର୍ମାଣ ପାଇଁ ମଧ୍ୟ ଆଲୋଚନା କରିଛନ୍ତି। ପଦ୍ମପୁର ଅଂଚଳ ଶିକ୍ଷା, କ୍ରିଡ଼ା ସଂସ୍କୃତି କ୍ଷେତରେ ଦିର୍ଘ ୨୫ ବର୍ଷ ଭିତରେ ବହୁ ପଛେଇ ଯାଇଛି ଯାହା ବର୍ତ୍ତମାନ ସମୟରେ ବିକାଶ ଆଶାକରାଯାଇ ପାରେ ଓ ଏହା ଭାରତୀୟ ଜନତା ପାର୍ଟି ଦ୍ବାରା ଗଠିତ ସରକାର ଙ୍କ ଠାରୁ ଆଶା କରାଯାଇପାରେ ଯାହାକୁ ପଦ୍ମପୁର ଅଂଚଳବାସୀ ଆଶା କରୁଛନ୍ତି ବୋଲି ଯୁବନେତା ପ୍ରିତେଶ ବହିଦାର ପୁରୀ କାର୍ଯ୍ୟକାରୀଣି ସମାବେଶ ରେ ଅଶଗ୍ରହଣ କରି ଫେରିବା ସମୟରେ ଉଚ୍ଚଶିକ୍ଷା ତଥା କ୍ରିଡ଼ା ଓ ସାଂସ୍କୃତିକ ମନ୍ତ୍ରୀ ଙ୍କୁ ଭେଟି କହିବା ସହ ପଦ୍ମପୁର ଅଂଚଳ ର ସମସ୍ୟା ଅବଗତ କରି କରିଛନ୍ତି ।

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)