ମଣିପୁର ର ମହିଳା ନିର୍ଯ୍ୟାତନା ବିରୋଧରେ ରଣପୁର ରେ ମହିଳା ବିକ୍ଷୋଭ ଓ ପ୍ରତିବାଦ।

ମଣିପୁର ର ମହିଳା ନିର୍ଯ୍ୟାତନା ବିରୋଧରେ ରଣପୁର ରେ ମହିଳା ବିକ୍ଷୋଭ ଓ ପ୍ରତିବାଦ।
ରଣପୁର ,୨୭/୦୭(ଉପାନ୍ତ ଓଡିଶା):ମଣିପୁର ରେ ବିଜେପି ର ଡବଲ ଇଂଜିନି ସରକାରନ ଦୀର୍ଘ ତିନି ମାସ ହେଲା ଜାରି ରଖିଥିବା ସାମ୍ପ୍ରଦାୟିକ ଓ ଜାତିଗତ ଦଙ୍ଗା ରେ ମିହିଳା ନିର୍ଯ୍ୟାତନା ଓ ବିଭଶ୍ଚ ହତ୍ୟା ର ପ୍ରତି ବାଦରେ ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA) ନେତୃତ୍ୱରେ ରଣପୁର ପଞ୍ଚୁଦୋଳ ପଡିଆ ସହିଦ ମଣ୍ଡପ ଠାରେ ମହିଳା ସମିତିର ବ୍ଲକ ସଭାନେତ୍ରୀ ସଂଯୁକ୍ତା ସେଠୀ ଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିବାଦ ସଭାରେ ବକ୍ତା ମାନେ ମଣିପୁରରେ ଚାଲିଥିବା ଆମାନବୀୟ ନରସଂହାର ଓ ମହିଳା ନିର୍ଯ୍ୟାତନା ପାଇଁ ନିଜେପି ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ତୀବ୍ର ନିନ୍ଦା କରିଥିଲେ।ଜଣେ କାର୍ଗିଲି ଯୋଦ୍ଧା ଙ୍କ ନିଜ ସ୍ତ୍ରୀଙ୍କୁ ମଧ୍ୟ ପିଶାଚ ମାନେ ଛାଡିଲେ ନାହିଁ ଆମାନୁଷିକ ଭାବେ ପୋଲିସି ଉପସ୍ଥିତିରେ ତାଙ୍କ ସହ ଦୁଇ ଜଣ ମହିଳାଙ୍କୁ ସର୍ବ ସାଧାରଣରେ ଉଲଗ୍ନ ଓ ଧର୍ଷଣ କରିଥିଲେ।ପରିବାରର ପ୍ରତିବାଦ ଯୋଗୁଁ ନିର୍ମମ ଭାବେ ଦୁଇ ଜଣଙ୍କୁ ହତ୍ୟା କରିବା ଓ ତାହା ପୁଣି ୮୦ ଦିନ ପରେ ଭାଇରାଲ ହେଲା ପରେ ଜାଣିବା ଦୁର୍ଭାଗ୍ୟ ଜନକ ବୋଲି ବକ୍ତାମାନେ କହିଥିଲେ।ଏଥିପାଇଁ ଆଜି ମଣିପୁରରେ ସଭ୍ୟ ସମାଜ ଭୟଭୀତ ହେବା ସହ ଦେଶ ବିଦେଶରେ ଆମେ ନିନ୍ଦିତ। ବେଟି ବଢାଅ ବେଟି ବଚାଅ କଥା କହୁଥିବା ବିଜେପି ନରେନ୍ଦ୍ର ମୋଦୀ ଓ ଅମିତି ସାହା ଆଜି ଦଙ୍ଗା ଓ ହତ୍ୟାକାଣ୍ଡ ରୋକିବାରେ ବିଫଳ ହୋଇଥିବାରୁ ନିଜ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦିଅନ୍ତୁ, ହତ୍ୟା ଓ ଧର୍ଷଣ ର ବିଚାର ବିଭାଗୀୟ ତଦନ୍ତ,ଅଭିଯୁକ୍ତ ମାନଙ୍କୁ ଫାସୀଦଣ୍ଡ, ମଣି ପୁରରେ ରାଷ୍ଟ୍ରପତି ଶାସନ ଜାରି ଆଦି କରିବା ପାଇଁ ବକ୍ତା ମାନେ ଦାବୀ କରିଥିଲେ। ବିଜେପି ର ଡବଲ ଇଂଜିନି ସରକାର ଙ୍କ ଚରମ ବିଫଳତା ଓ ଜାତିଗତ ଦଙ୍ଗା ପାଇଁ ଲୋକେ ୨୦୨୪ ନିର୍ବାଚନରେ ଉପଯୁକ୍ତ ଫଳ ଦେବେ ବୋଲି ବକ୍ତା ମାନେ ଚେତା ବନୀ ଦେଇଥିଲେ। ପରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ସହ ସଂଯୁକ୍ତା ସେଠୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭେଟି ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଆନ୍ଦୋଳନରେ ଯୁବ ଫେଡରେସନ ର ରାଜ୍ୟ ସଭାପତି ସାଥୀ ସରୋଜ ନାୟକ,କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର,ଶ୍ରମିକ ନେତା ସୁରେଶ ସ୍ବାଇଁ,ଭିକାରୀ ଚରଣ ସାହୁ ,କ୍ଷେତମଯଦୁର ନେତା ନିତ୍ୟାନନ୍ଦ ପରିଡା ,ସଞ୍ଜୟ ଦୋରା,ନିରୂପମା ନାୟକ ,ରୀନା ସାହୁ ,ଶାନ୍ତିଲତା ରଗଡ଼ ,ହୁଲାସ ରଣା ଓ ଉର୍ମିଳା ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)