April 24, 2026

ପବିତ୍ର ରଥଯାତ୍ରା ଉପଲକ୍ଷେ ଭବାନୀପାଟଣା ଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି

IMG-20250627-WA0048
Share

           ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଭବାନୀପାଟଣା ଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଜଗନ୍ନାଥ ମନ୍ଦିରରେ ପୂଜା ଅନୁଷ୍ଠାନ ଆଦି କରିବାପରେ ସନ୍ଧ୍ୟା ପ୍ରାୟ 4.15 ସମୟରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ପହଣ୍ଡି ବିଜେ କରି ରଥକୁ ଆସିଥିଲେ। ଏହାପରେ ତିନି ଠାକୁରଙ୍କୁ ରଥରେ ଵିଧି ଅନୁଯାଇ ସ୍ଥାପିତ କଳାପରେ ସନ୍ଧ୍ୟା ପ୍ରାୟ 4.30ରେ ପରମ୍ପରା ଅନୁଯାଇ କଳାହାଣ୍ଡି ମହାରାଜ ଅନନ୍ତକେଶରୀ ଦେଓ ଛେରା ପହରା ଦେଇଥିଲେ। ଏହାପରେ ଭକ୍ତଙ୍କ ଦ୍ୱାରା ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ 5.30ସମୟରେ ମା’ମାଣିକେଶ୍ବରୀଙ୍କ ମନ୍ଦିର ନିକଟରେ ସ୍ଥଗିତ ହୋଇଥିଲା। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ତିନି ଠାକୁର ଆଜି ରାତି ତମାମ ରଥରେହିଁ ରହିବେ। ଆସନ୍ତାକାଲି ଶୁଭ ମୁହୂର୍ତ୍ତରେ ରଥରୁ ଓଲ୍ହାଇ ଭକ୍ତଙ୍କ ଗହଣରେ ତିନି ଠାକୁର ମା ଗୁଣ୍ଡିଚାଙ୍କ ମନ୍ଦିରକୁ ଯିବେ। ଆଜିର ଏହି ରଥ ଯାତ୍ରା ଦେଖିବା ପାଇଁ ସହର ତଥା ଆଖ ପାଖ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିଥିଲେ।

You may have missed