April 28, 2026

ବାଡ଼ ଯଦି ଫସଲ ଖାଏ…..ତାହେଲେ ଭରସା କରିବା କାହାକୁ…..

IMG-20250627-WA0034
Share

 

ତିର୍ତୋଲ

 

ଏରସମା ବି.ଇ.ଓ. ରୁ ବେତନ ପ୍ରାପ୍ତ ଶିକ୍ଷକ, ତିର୍ତ୍ତୋଲ ବି.ଇ.ଓ.ଶିକ୍ଷାଞ୍ଚଳ କୁ ଡେପୁଟେସନ ରେ ଆସି, ସି.ଆର.ସି.ସି.ନିଁଯୁକ୍ତି ପାଇଲେ କିପରି ?

ସରକାର ବଦଳିବା ସହିତ କଣ ସରକାରୀ ଶିକ୍ଷାନୀତି ବି ବଦଳି ଗଲା ? ଏରସମା ବ୍ଲକରୁ ତିର୍ତ୍ତୋଲ ବ୍ଲକ କୁ ଡେପୁଟେସନ ଶିକ୍ଷକ ଭାବେ ଆସିଥିବା ବ୍ୟକ୍ତି ସିଆରସିସି ଭାବେ ନିଯୁକ୍ତି ପାଇବା ତିର୍ତ୍ତୋଲ ବାସୀ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖିଛି । ବହୁ ଦିନରୁ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ବିଭିନ୍ନ ବେଆଇନ ଓ ଅନିୟମିତତା କାର୍ଯ୍ୟ କୁ ନେଇ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ପଦାକୁ ଆସିଛି ସିଆରସିସି ନିଯୁକ୍ତିର ଗୁପ୍ତ କେଳେଙ୍କାରୀ । ଯାହା ସୂଚନା ଆଇନ ଅଧିକାର ତଥ୍ୟ ବଳରେ ଜାଣିବାକୁ ମିଳିଛି ଏବଂ ଏହା ତିର୍ତ୍ତୋଲ ଶିକ୍ଷାମଣ୍ଡଳ ପାଇଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁସାରେ ଏରସମା ବ୍ଲକ ଅଧୀନରେ ନିଯୁକ୍ତ ଶିକ୍ଷକ ଚିତ୍ତରଞ୍ଜନ ଦାସ ଏରସମାରୁ ନିଜର ବେତନ ପ୍ରାପ୍ତ ହେଇ ଆସୁଥିବା ବେଳେ ତାଙ୍କୁ ତିର୍ତ୍ତୋଲ ଏମ.ଏସ ଏକାଡେମୀ କୁ ଡେପୁଟେସନ ରେ ପଠା ଯାଇଥିଲା । ପୁନର୍ବାର ଏମ.ଏସ ଏକାଡେମୀରୁ ପରୁଣା ପୋସଲ ବିଦ୍ୟାଳୟ କୁ ଡେପୁଟେସନ ରେ ଆସିଲେ । ଏହି ଅବସରରେ ମହାଶୟ ଙ୍କୁ ବିଳାସପୁର ନନ୍ଦକିଶୋର ନୋଡାଲ କ୍ଲଷ୍ଟର ରେ ଭାରପ୍ରାପ୍ତ ସି.ଆର.ସି.ସି. ଭାବେ ନିଯୁକ୍ତି ଦିଆଯାଇଛି କିପରି ?ଚର୍ଚ୍ଚାହେଉଛି ଯେ ଏହିପରି ବେଆଇନ ନିଯୁକ୍ତି ପାଇଁ ହାତ ସଫେଇ ର ଜବରଦସ୍ତ କାରବାର କରାଯାଇଛି, ଯାହାଫଳରେ କେବଳ ଜଣେ ନୁହେଁ ଅନେକ ଭାରପ୍ରାପ୍ତ ସିଆରସିସି ରହିଛନ୍ତି ଯେଉଁ ମାନେ ଉପରିସ୍ଥ କର୍ମଚାରୀଙ୍କୁ ଲାଞ୍ଚ ଦେଇ ନିଯୁକ୍ତିକୁ କ୍ରୟ କରିଛନ୍ତି । ଏହି ଲାଞ୍ଚ ଅର୍ଥ ନେଇଛି କିଏ , କାହାଦ୍ୱାରା ନିଆ ଯାଇଛି ଓ କିଏ କେତେ କେତେ ଲେଖାଏଁ ଅର୍ଥ ଲାଞ୍ଚ ଦେଇଛନ୍ତି, ତାହାର ସତ୍ୟାସତ୍ୟ ଲୋକଲୋଚନ କୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ଜୋର ଧରିଲାଣି । ଯେବେ ଦୁର୍ନୀତି ବିଭାଗ ଙ୍କ ଦ୍ୱାରା ତଦନ୍ତ ହୁଅନ୍ତା ତେବେ ଗୁପ୍ତ କାରବାର ର ପର୍ଦାଫାଶ ହୋଇପାରନ୍ତା ।ତିର୍ତ୍ତୋଲ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ଅସଜଡ଼ା କୁସ୍ଚିତ ଶିକ୍ଷା ରାଜନୀତି ସଜାଡି ହେଇଯାଆନ୍ତା ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।