April 29, 2026

ଉମରକୋଟ ଅନ୍ତର୍ଗତ ଜlମରୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ଶକ୍ତି ସୁରକ୍ଷା ସପ୍ତାହ ପାଳିତ………….

IMG-20250627-WA0023
Share

 

ଉମରକୋଟ:-(ଏମ୍ ଦିନା°ଶୁ ଆଚାରୀ) ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜlମରୁଣ୍ଡା ଠାରେ ଭାରତ ସରକାରଙ୍କ ଶକ୍ତି ବିଭାଗ, ଓ ସେଣ୍ଟର ଫର ଆନେଭାରନମେଣ୍ଟାଲ ଷ୍ଟାଡିସ( CES,), ଭୁବନେଶ୍ୱରଙ୍କ ତରଫରୁ “ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ” ପାଳିତ ହୋଇଯାଇଛି l ଅନୁଷ୍ଠାନର ଅଧକ୍ଷ ଶ୍ରୀ ଘନଶ୍ୟାମ ମାଝୀଙ୍କ ସଭାପତିତ୍ୱରେ, ଇକୋ କ୍ଲବ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ସଂଯୋଜନାରେ, ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସଚେତନତା ପାଇଁ ମୁଖ୍ୟ ଅତିଥି ଭାବେ, ଜୟପୁର ଓ ନବରଙ୍ଗପୁରର ମୁଖ୍ୟ ଅଧିକ୍ଷକ ଯନ୍ତ୍ରୀ ଇଂ ସତ୍ୟଜିତ ରାଉତ, ଓ ସମ୍ମାନିତ ଅତିଥି ଭାବେ ସହକାରୀ ବିଦ୍ୟୁତ ପରିଦର୍ଶକ ଇଂ ମଙ୍ଗରାଜ କର୍ତ୍ତମ୍, CRCC ଶ୍ରୀ ଚୁଵାନ ସାହୁ ଯୋଗ ଦେଇ ବିଦ୍ୟୁତ ଶକ୍ତର ସଦୁପଯୋଗ ପାଇଁ ଆହ୍ୱାନ ଦେଇଥିଲେ l ଏହାର ଦୁରୁପଯୋଗ କିପରି ମୁହୂର୍ତ୍ତ କ ମଧ୍ୟରେ ଧନ ଜୀବନକୁ ନଷ୍ଟ କରିଦିଏ, ସେ ସବୁର ଭିଡିଓ ପ୍ରଦର୍ଶନ କରିଥିଲେ l ଉପସ୍ଥିତ ସମସ୍ତ ସହଭାଗୀ ବିଦ୍ୟୁତ ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ l ଏଥିରେ ସହଯୋଗ କରିଥିଲେ, ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସେମାନେ ହେଲେ, ଶ୍ରୀ ଅଭିନ୍ନ ଦାସ, ଶ୍ରୀମତୀ ସୁସ୍ମିତା ବିଶ୍ୱାସ, ଶ୍ରୀ ଜିତେନ୍ଦ୍ର ସେଠି, ଶ୍ରୀ ଆଲୋକ କୁମାର ଷଣ୍ଡ, ଶ୍ରୀ ବାଲୁଙ୍କେଶ୍ୱର ପ୍ରଧାନ, ଶ୍ରୀ ପ୍ରିୟବ୍ରତ ପ୍ରଧାନ, ଶ୍ରୀମତୀ ଅନିନ୍ଦିତl ରାୟ ଶ୍ରୀ ଅନିଲ କୁମାର ପାତ୍ର, ଶ୍ରୀ ରମାକାନ୍ତ ମହାରଣା, ସୁଶ୍ରୀ ସର୍ବାଣୀ ମଣ୍ଡଳ ସୁଶ୍ରୀ ଡାଳିମ୍ବ ଭତ୍ରା, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ସିଦ୍ଧେଶ୍ୱର ନାୟକ I

You may have missed