April 24, 2026

ନବଯୌବନ ଦର୍ଶନ ଅବସରରେ ପତିତପାବନ ପୁସ୍ତକ ଉନ୍ମୋଚନ 

IMG-20250627-WA0001
Share

 

ଛତ୍ରପୁର .୨୬/୬/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ତଡ଼ା ପଲ୍ଲୀ ସାହି ସ୍ଥିତ ରଜାଘର ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଅବସରରେ ପତିତପାବନ ପୁସ୍ତକ ଉନ୍ମୋଚନ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପତ୍ରିକାର ଉପଦେଷ୍ଟା ଇଂ. ରାମଚନ୍ଦ୍ର ପଟ୍ଟନାୟକ, ଉଦଘାଟକ ଛତ୍ରପୁର ବଜାର ଷ୍ଟେଟବ୍ୟାଙ୍କ ମୁଖ୍ୟ ପ୍ରଣବ ବସ୍ତିୟା, ମୁଖ୍ୟ ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ଆଦକନ୍ଦ ପାଣିଗ୍ରାହୀ, ରବିନ୍ଦ୍ରନାଥ ରଥ, ସୁଧୀର କାନ୍ତ ରଥ, ସୁରେନ୍ଦ୍ର କୁମାର ପାଢ଼ୀ, ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା, ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ରମା ଚୌଧୁରୀ, ପ୍ରଶାନ୍ତ ଶତପଥୀଙ୍କ କରକମଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରି ପତ୍ରିକା ଉନ୍ମୋଚନ କରାଯାଇଥିଲା l ଉନ୍ମୋଚନ କାର୍ଯ୍ୟକ୍ରମକୁ କବି ପ୍ରଶାନ୍ତ କୁମାର ଶତପଥୀ ପରିଚାଳନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ବିଦ୍ୟାର୍ଥୀ ଗଣ ଭାଗ ନେଇ ଓଡ଼ିଶୀ ନୃତ୍ୟ ଓ ଭକ୍ତି ସଙ୍ଗୀତର ନୃତ୍ୟରେ ସମସ୍ତ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ଭକ୍ତି ରସରେ ବାନ୍ଧି ରଖିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ଗୁରୁଜୀ ଶ୍ରୀକାନ୍ତ ମହାପାତ୍ର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଫୁଲ ପଟ୍ଟନାୟକ, ଏ. ରାବଣା ରାଓ, ବି.ଶ୍ରୀନିବାସ , ମଙ୍ଗଳା ପଣ୍ଡା, ସୋମନାଥ ସାହୁ, ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ମାଧବ ମହାପାତ୍ର, ବିନୋଦିନୀ ନାୟକ, ପ୍ରଭାକର ରାଓ, ରାମାନୁଜ ଦାସ,ଶୈଳଭାମା ପାଣିଗ୍ରାହୀ, ଉର୍ମିଳା ପାଣି, ପଦ୍ମାବତୀ ପାଢ଼ୀ, ସବିତା ନେପାକ, ଗାୟତ୍ରୀ ସାହୁ, ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ସହିତ ଦୁଇଶହରୁ ଉର୍ଦ୍ଧ ଜଗନ୍ନାଥପ୍ରେମୀ ଉପସ୍ଥିତ ରହି ମହାପ୍ରଭଙ୍କ ନବଯୌବନ ବେଶ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ l ଜୟ ଜଗନ୍ନାଥ ଓ ହୁଳହୁଳି ଶବ୍ଦରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l

You may have missed