August 8, 2026

ଅନବସର ଶେଷଦିନରେ ଶ୍ରଦ୍ଧାଳୁ ମାନଙ୍କୁ ମାଗଣା ପ୍ରସାଦ ବଣ୍ଟନ ..

IMG-20250627-WA0003
Share

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର ଉତ୍ସବ ପୁରୀଜିଲ୍ଲା ବ୍ରହ୍ମଗିରି ଶ୍ରୀଅଲାରନାଥ ମନ୍ଦିରରେ ମହାଡ଼ମ୍ବରରେ ପନ୍ଦର ଦିନ ଧରି ଚାଲିଥିବାବେଳେ ଶେଷ ଦିନରେ ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସେବା ସଂଗଠନ ପକ୍ଷରୁ ୩୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ପ୍ରସାଦ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଚେୟାରମ୍ୟାନ ସାମ୍ବାଦିକ ରମେଶ ଚନ୍ଦ୍ର ସାହୁଙ୍କ ଅଧକ୍ଷତାରେ କୋଚ ଡାକ୍ତର ଭବାନୀ ପ୍ରସାଦ, ଗୋପ ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ, ସେବାୟତ ଦନାର୍ଦନ ପଣ୍ଡା, ପ୍ରଦୀପ ପଣ୍ଡା ପ୍ରମୁଖ ଫିତାକାଟି ଏହି ଉତ୍ସବ ର ଶୁଭ ଉଦଘାଟନ କରିଥିଲେ l ଏହି ପ୍ରସାଦ ବଣ୍ଟନ ରେ ୩୦୦୦ରୁ ଉର୍ଦ୍ଧ ଭକ୍ତ ମାଗଣା ପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ପୁରୀ ଗ୍ରାମ୍ୟବ୍ୟାଙ୍କ ର ପୂର୍ବତନ ମ୍ୟାନେଜର ଶ୍ରୀଯୁକ୍ତ ସାହୁ ବାବୁ, ଶିବ ଦମ୍ବୁରୁ ଦେକୋରେଟର ମାଲିକ ଦମ୍ବୁରୁ ଭାଇନା, ବାଙ୍କା ଭାଇ, ପୁରୀଜିଲ୍ଲା କିନ୍ନର ସଙ୍ଘର ସଭାନେତ୍ରୀ ପ୍ରିୟାଂଶି ଦାସ, ବ୍ରହ୍ମଗିରି ହାଇସ୍କୁଲ ର ୧୯୯୫ ମାଟ୍ରିକ ବ୍ୟାଚ ସହିତ ପ୍ଲାନ୍ସ ଟିଉଟୋରିଆଲ ର ସମସ୍ତ ଛାତ୍ରମାନେ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed