May 30, 2025

ସୁନାରବେଲି ନୂଆଗାଁ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ

Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ସୁନାର ବେଲି ନୂଆଗାଁ ପଞ୍ଚାୟତ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ଏସବି ନୂଆଗାଁ ପଞ୍ଚାୟତ ରେ ଷଣ୍ଢ ଗାଁଠାରେ ଥିବା ଟ୍ରାନ୍ସ ଫରମର ମେଣ୍ଟେନ ସ ପାଇଁ କେହି ନ ଥିବାରୁ ବିଜୁଳି ଗଲେ ଠିକ ସମୟ ରେ ଆସୁ ନାହିଁ ବୋଲି ଅନଜ ପାତ୍ର ଅଭିଯୋଗ କରିଥିବା ଜଣାଯାଇଛି. ଏବଂ କେତକ ଗ୍ରାମ ରେ କୋଲଭର୍ଟ ର ଆବଶ୍ୟକ ରହିଛି. ଡ୍ରେନ ଗୁଡିକ ସଫେଇ ହେଉନାହିଁ. ମୁଖ୍ୟ ରାସ୍ତା କୁ ସଂଯୋଗ କରିବା ପାଇଁ ନୂତନ ରାସ୍ତା କରିବା ଏବଂ ଅଙ୍ଗନୱାଡି କେନ୍ଦ୍ର ଠାରେ ଶୌଚାଳୟ ନିର୍ମାଣ କରିବା ଇତ୍ୟାଦି ସମୁଦାୟ 14ଗୋଟି ଗୋଷ୍ଟି ଗତ ଅଭିଯୋଗ ର ଜନ ଶୁଣାଣି ହୋଇଥିବାର ଜଣା ଯାଇଛି. ଏହି ପଞ୍ଚାୟତ ଦାଇତ୍ୱ ଥିବା କନିଷ୍ଠ ଯନ୍ତ୍ରୀ ଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ ଚାଲୁ ରହିଛି ବୋଲି ଶିବିର କୁ ଆସିଥିବା ଲୋକେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ କୁମାର ଦୋରା. ତହସିଲଦାର ଶ୍ରୀମତୀ ଟ୍ୱିଙ୍କିଲ ସେଠି. ଜିପିଇଓ ଜଗନ୍ନାଥ ଆଟକା. ବିଦ୍ୟୁତ ବିଭାଗ ଯନ୍ତ୍ରୀରତ୍ନାକର ତ୍ରିପାଠି. ସହକାରୀ ଯନ୍ତ୍ରୀ କ୍ଷୀରୋଦ ବେହେରା. ବିଏସଏସଓ ଶ୍ରୀମତୀ ମମତା ଭତରା. ସୁନ ମୁନ ରନ୍ଧାରୀ. ସରପଞ୍ଚ ଦେବ ମାଝୀ. ଜିପିଡିଓ ତାପସ ପତି. ସମିତି ସଭ୍ୟା ଶ୍ରୀଦେବୀ ରାଓ ଙ୍କ ସମେତ ଓଏଲଏମ ଓ ଅଙ୍ଗନ ୱାଡି କର୍ମୀ ଉପସ୍ଥିତ ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର I

You may have missed