September 29, 2024

ବିଦ୍ୟାଳୟକୁ ଗୌରାବାନ୍ୱିତ କରିଛନ୍ତି ଛାତ୍ରୀ ଅନିତା ପ୍ରଧାନ..

Share

ବିଦ୍ୟାଳୟକୁ ଗୌର

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷାବର୍ଷ ୨୦୨୩-୨୦୨୪ ର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ୧୦୯ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥି ମଧ୍ୟରୁ ଛାତ୍ରୀ ଅନିତା ପ୍ରଧାନ ୫୧୬/୬୦୦ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଯାହାକି ନିଜର ବିଦ୍ୟାଳୟ,ଗ୍ରାମ ଓ ଗ୍ରାମ ପଞ୍ଚାୟତ ପାଇଁ ଗୌରବାନ୍ବିତ କରିଛନ୍ତି। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅନିତା ପ୍ରଧାନ ଙ୍କୁ ଅନେକ ସୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।ଏହି ସଫଳତା ପାଇଁ ତାଙ୍କର ମାତା ପିତା ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶ୍ରେୟ ଦେଇଛନ୍ତି ଛାତ୍ରୀ ଅନିତା।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।