April 29, 2026

ବାଇକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ଦୁଇ ଗୁରୁତର….

lik
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ମଟର ସାଇକେଲ ସହ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ଗୁରୁତର ଆହତ ଦୁଇ ଜଣ ହେଲେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ହୁରୁଗୁଡ଼ା ଗ୍ରାମର କିଶାନ ମଲ୍ଲିକ ମଟର ସାଇକେଲରେ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳ ର ଅର୍ପିତା ମଲ୍ଲିକଙ୍କ ସହ ନିଜ କାର୍ଯ୍ୟରେ ଅଡବା ଆସୁଥିଲେ। ସମ୍ପର୍କରେ ଆହତ ହୋଇଥିବା ଦୁଇ ଜଣ ହେଲେ ମାଉସୀ ଓ ପୁତୁରା। ସ୍ଥାନୀୟ ବ୍ୟକ୍ତି ଗୁରୁତର ଆହତ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ପ୍ରକାଶ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।