July 1, 2024

ଋଷିକୁଲ୍ୟା ରେ ଦ୍ୱିତୀୟ ମୁହାଁଣ ଖୋଲିଲା…

Share

 

ଗଞ୍ଜାମ :ସାମୁଦ୍ରିକ ଝଡ଼ “ରେମଲ” ରବିବାର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁ ବା ପୂର୍ବରୁ ସମୁଦ୍ର ଅଶାନ୍ତ ହେଇ ଉଚ୍ଚ ଲହଡି ସୃଷ୍ଟି ହୋଇଛି l ଯାହାକୁନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମ ସ୍ଥିତ ମା ଗଙ୍ଗାଦେବୀ ମନ୍ଦିର ସମ୍ମୁଖରେ ନୂତନ ଭାବେ ଦ୍ୱିତୀୟ ମୁହାଁଣଟି ଖୋଲିଥିବା ଦେଖିବାକୁ ମିଳିଛି l ଏନେଇ ସ୍ଥାନୀୟ ଋଷିକୁଲ୍ୟା ସମୁଦ୍ର କଇଁଚ ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ରନାଥ ସାହୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ନୂତନ ମୁହାଁଣ ଟି ଖୋଲିବା ଫଳରେ ନଦୀ ଓ ସମୁଦ୍ର ମଧ୍ୟରେ ଠିକ ଭାବରେ ଜୁଆର ଓ ଭଟା ସମୟରେ ଜଳ ନିଷ୍କାସନ ହୋଇପାରିବ ବୋଲି ପରିବେଶବିତ ଶ୍ରୀ ସାହୁ ପ୍ରକାଶ କରିଛନ୍ତି l ପ୍ରଥମ ମୁହାଁଣ ଟି ସମ୍ପ୍ରତି ଗଙ୍ଗାଦେବୀ ମନ୍ଦିର ନିକଟରୁ ଉତ୍ତର ଦିଗରେ ପ୍ରାୟ 4 କିଲୋମିଟର ଦୂରତା ମଧ୍ୟରେ ରହିଥିବା ବେଳେ ସେହି ମୁହାଁଣ ଟି ଧୀରେ ଧୀରେ ପୋତି ହେବାକୁ ବସିଲାଣି l ବର୍ତ୍ତମାନ ନୂତନ ମୁହାଁଣ ଖୋଲିବା ଜଣା ପଡିବା ଫଳରେ ପରିବେଶବିତ ଓ ସ୍ଥାନୀୟ ମତ୍ସ୍ୟଜୀବି ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି l (ପ୍ରଦୀପ କୁମାର ପଣ୍ଡା)

You may have missed