May 10, 2026

ଖଲିଆପାଲି ଗ୍ରାମରେ ଶନି ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଜୟନ୍ତୀ ପାଳନ

IMG-20250427-WA0045
Share

 

ସମ୍ବଲପୁର, ୨୬. ୦୪(ରାଜାରାମ ଷଡ଼ଙ୍ଗୀ): ଆଜି ଖଲିଆପାଲି ଛକ ରେ ଶନି ମନ୍ଦିରରେ ରେ ପ୍ରଭୁ ଶନି ମହାରାଜ ଙ୍କ ମନ୍ଦିର ପ୍ରତିଷ୍ଠା ଓ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଶନି ମନ୍ଦିର ଖଲିଆପାଲି ଗାଁ ରେ ୨୮/୦୬/୨୦୧୪ ରେ ପ୍ରତିଷ୍ଠା ହୋଇଥିଲା ଏବଂ ସେହି ଦିନରୁ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ରେ ଶନି ଜୟନ୍ତୀ ଖଲିଆପାଲି ଛକରେ ମନ୍ଦିର ପ୍ରାଙ୍ଗଣରେ ବେଶ୍ ଆନନ୍ଦ ଉଲ୍ଲାସରେ ଗ୍ରାମବାସୀ ତଥା ଭକ୍ତ ବୃନ୍ଦ ଙ୍କ ଦ୍ଵାରା ପାଳନ ହୋଇଥାଏ ।ଆଜି ଶନି ଜୟନ୍ତୀ ଅବସରରେ ପଣ୍ଡିତ ଅଭୟ ନାୟକ ଙ୍କ ପୌରହିତ୍ୟ ରେ ଷୋଡ଼ଶ ଉପଚାର ପୂଜା ସହିତ ହୋମ ଯଜ୍ଞ ଓ ଆରତୀ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ବିଶ୍ବରଂଜନ ବଡ଼ପଣ୍ଡା ଓ ଧର୍ମପତ୍ନୀ ଶ୍ରୀମତୀ କଲ୍ୟାଣୀ ବଡ଼ପଣ୍ଡା କର୍ତ୍ତା ଦାଇତ୍ୱ ତୁଲାଇ ଥିଲେ। ଏହି କାର୍ଯ୍ୟକ୍ରମରେ ରେ ପଡ଼ିଆବାହାଲ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ରହି ଶନି ମହାରାଜ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଆରତୀ ପରେ ସମସ୍ତେ ଅନ୍ନପ୍ରସାଦ ମଧ୍ୟ ଗ୍ରହଣ କରିଥିଲେ। ଏଠାରେ ଶନି ମନ୍ଦିର କମିଟି ର ସଭାପତି ଶ୍ରୀ ବିଶ୍ବରଂଜନ ବଡ଼ପଣ୍ଡା,ସମ୍ପାଦକ ପ୍ରବୀଣ ସୂପକାର,କୋଷାଧ୍ୟକ୍ଷ ଶେଷଦେବ ପଣ୍ଡା ,ବରୁଣ ସାହୁ,ସଚ୍ଚିଦାନନ୍ଦ ନାୟକ,ପ୍ରକାଶ ସୂପକାର,ମୃତ୍ୟୁଞ୍ଜୟପାଣିଗ୍ରାହୀ,ମାନଭଞ୍ଜନ ପଣ୍ଡା,ଆଶାରାମ ନାୟକ, ଅମ୍ବରିଶ ନାୟକ,ଅମୂଲ୍ୟ ପୂଜାରୀ,ସନ୍ତୋଷ ବଡ଼ପଣ୍ଡା,ଦୀପକ ବଡ଼ପଣ୍ଡା,ସୌରଭ ନାୟକ,ଅକ୍ଷୟ ନାୟକ,ସଞ୍ଜୀବ ପଣ୍ଡା,ଚିତ ନାୟକ,ଫକୀର ବଡ଼ପଣ୍ଡା,ସୁଶିଲ ମିଶ୍ର,ବିପିନ ପ୍ରଧାନ,ଶିବ ମେହେର ,ଶକ୍ତି ପ୍ରସନ୍ନ ବଡ଼ପଣ୍ଡା ଙ୍କ ସମେତ ଶତାଧିକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ।