May 10, 2026

ରବିବାର ଦିନ କଳିଙ୍ଗ ବାହିନୀ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି. ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ ଶିବିର ଟିକୁ

IMG-20250427-WA0035
Share

          ଅଦ୍ୟ ତା. 27.04.25 ରିଖ ରବିବାର ଦିନ କଳିଙ୍ଗ ବାହିନୀ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି. ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ ଶିବିର ଟିକୁ ଉଦଘାଟନ କରିଥିଲେ. ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀ ଉମା ବଲ୍ଲଭ ରଥ, ଜୟନ୍ତ କୁମାର ଷଡ଼ଙ୍ଗୀ, ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର, ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, କ୍ରାଇମବ୍ରାଞ୍ଚ ସବ୍ ଇନିସ୍ପେକଟର ରବି ନାରାୟଣ ମହାନ୍ତି, ଅର୍ବାନ ବ୍ୟାଙ୍କ ଡାଇରେକଟର ସରୋଜ କୁମାର ନାୟକ, ଯୁବ ନେତା ବିଜୟ କୁମାର ମାଝୀ, ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ବାର ଆସୋସିଏସନ ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, କୁମ୍ଭାରପଡା ଥାନା ସବ୍ ଇନିସ୍ପେକଟର ଆର ନାରାୟଣ ରେଡି, ସମାଜସେବୀ ଜଗନାଥ ବାରିକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ. ସକାଳ 9ଘଟିକା ରୁ 11ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ଥିବା ସତ୍ୱେ ଗରମକୁ ଖାତିର ନକରି ମୋଟ 85 ଜଣ ରକ୍ତଦାତା ରକ୍ତଦାନ କରିଥିଲେ. ଅସହ୍ୟ ଗୁଳୁଗୁଳି କୁ ନଜର ରେ ରଖି ଅନୁଷ୍ଠାନ ତରଫରୁ ରକ୍ତଦାତା ଙ୍କ ପାଇଁ ଶୀତଳବାମ୍ଫ ର ବ୍ୟବସ୍ତା ମଧ୍ୟ କରାଯାଇଥିଲା. ଏଥିରେ ଅନୁଷ୍ଠାନ ର କାର୍ଯ୍ୟକର୍ତା ବିଶ୍ୱ ମହାନ୍ତି, ଅନିଲ ସୁବୁଦ୍ଧି, ସୁଚିତ୍ରା ମହାନ୍ତି, ମାନସୀ ନାୟକ, ଉଷା ରାଣୀ ପ୍ରଧାନ, ନିରୁପମା ଥାପା, ସ୍ଵାତି ଦଳେଇ, ପ୍ରଣତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ, ଅନୁଷ୍ଠାନ ର ଉପଦେଷ୍ଠା ଭାରତୀ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସମ୍ପାଦିକା ସନ୍ତୋଷୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ