ତିର୍ତ୍ତୋଲ ମୁଖ୍ୟ ଶିକ୍ଷାମଣ୍ଡଳ କାର୍ଯ୍ୟାଳୟ CRC ଙ୍କ ଦବଙ୍ଗ ଗିରୀ,ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ଙ୍କୁ ଦୁର୍ବ୍ୟବହାର…

ଜଗତସିଂହପୁର ଜିଲ୍ଲା ତିର୍ତୋଲ ଶିକ୍ଷା ମଣ୍ଡଳ ଅଧୀନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତିର୍ତୋଲ ଠାରେ ଚାଲିଥିଲା, ପଞ୍ଚ ଦିବଶୀୟ ମଣ୍ଡଳ ସ୍ତରୀୟ ବାଲ ବାଟିକା ପ୍ରଶିକ୍ଷଣ ଶିବିର,ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ବିଷ୍ନୁପ୍ରିୟା ଦେବୀ ଙ୍କ ତତ୍ୱାବଧାନ ରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ସୁରୁଖୁରୁରେ ଚାଲିଥିବା ବେଳେ ତୃତୀୟ ଦିନ ସମାପ୍ତ ପରେ ବିଶୃଙ୍ଖଳା ଦେଖାଦେଇଥିଲା, ସରକାରୀ ଅନୁଦାନ ରେ ପ୍ରସୂତ ମଧ୍ୟାହ୍ନ ଭୋଜନ ଓ ଜଳଖିଆ କୁ ନେଇ ଅଭିଯୋଗ ତୀବ୍ରତର ହୋଇଥିଲା, ଦାୟିତ୍ୱ ରେ ଥିବା ସମ୍ପୃକ୍ତ CRC ଦୀପକ ମହାନ୍ତି ଶେଷ ପ୍ରଶିକ୍ଷଣ ଦିନ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ବିଷ୍ନୁପ୍ରିୟା ଦେବୀ ଙ୍କ ଉପସ୍ଥିତି ରେ ଚା ଜଳଖିଆ ପ୍ରସ୍ତୁତି ସମୟ ରେ ସେ ସବୁକୁ ବନ୍ଦ କରି ଫିଙ୍ଗା ଫୋପଡ଼ା କରିବା ଘଟଣା କୁ ନେଇ ଉତେଜନା ପରିସ୍ଥିତି ଦେଖାଦେଇଥିଲା,
ସୂଚନା ଅନୁଯାୟୀ -ଖାଦ୍ୟ ପ୍ରସ୍ତୁତି ପାଇଁ ବେୟ ବରାଦ ଖର୍ଚ୍ଚ ସଠିକ ଭାବେ ମିଳି ପାରୁ ନ ଥିବାରୁ ଦାୟିତ୍ୱ ରେ ଥିବା CRC ବାବୁ ଖାଦ୍ୟ ପାନୀୟ ବନ୍ଦ ରଖିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପାସ ରହିଥିଲେ, ଏ କଥାକୁ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ଅସ୍ବୀକାର କରିଥିବାବେଳେ,ସେ ଉକ୍ତ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଏକ ବୈଠକ ରେ ଯୋଗ ଦେଇଥିଲେ, କିନ୍ତୁ, ଉକ୍ତ CRC ଙ୍କୁ ସମସ୍ତ ଦାୟିତ୍ୱ ଦେଇଥିବା ବେଳେ ସେ ଏଥିରେ ଅବହେଳା କରିଥିଲେ, ଅନେକ ସମୟ ରେ ସମ୍ପୃକ୍ତ CRC ଜଣକ ସରକାରୀ ତଥ୍ୟ ଉଚ୍ଚ ଅଧିକାରୀ ଙ୍କୁ ପ୍ରଦାନ କରୁ ନ ଥିବା ବେଳେ, ଅଶାଳୀନ ବ୍ୟବହାର ସହ ମହିଳା ଶିକ୍ଷା ଅଧିକାରିଣୀ ଙ୍କୁ ଉଲଙ୍ଗନ କରି ପିଟିବାର ଧମକ ଦେଉଥିବା ଚାଞ୍ଚଲ୍ୟ କର ବୟାନ ନିଜେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ବିଷ୍ନୁପ୍ରିୟା ଦେବୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି,କିଛି ଦିନ ପୂର୍ଵ ରୁ MS ଏକାଡେମୀ ରେ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଙ୍କୁ ଡାକି ମହିଳା ଅଧିକାରିଣୀ ଙ୍କୁ ଧମକ ଦେବା ଘଟଣା ଶିକ୍ଷକ ମହଲ ରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏଭଳି ନିନ୍ଦନୀୟ ଘଟଣା କୁ ନେଇ ନିନ୍ଦା କରାଯାଉଥିବାବେଳେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବୀ କରାଯାଇଛି, ଏହି ଘଟଣା ପରେ ବିଦ୍ଧିଜୀବୀ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ସମ୍ପୃକ୍ତ CRC ଜଣକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ମୁହଁ ଖୋଲି ନାହାଁନ୍ତି, କିଛି ଗଣ ମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରି ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରିଣୀ ଙ୍କୁ ବଦନାମ କରାଯାଉଥିବାବେଳେ CRC ଙ୍କ ଦବଙ୍ଗ ଗିରୀ କୁ ନେଇ ଚର୍ଚ୍ଚା ଜୋର ଧରିଛି ରିପୋର୍ଟ ଶାରଦା ପ୍ରସନ୍ନ ପରିଜା