May 10, 2026

ସ୍କୁଟିକୁ ପିଟିଲା ରାଜଧାନୀ ଅପେରା ଟ୍ରକ୍, ବାପ-ପୁଅ ଆହତ।

IMG-20250427-WA0005
Share

 

ଭଦ୍ରକ ( ଦେବାଶିଷ ଦାଶ )

 

ସ୍କୁଟିକୁ ଧକ୍କା ଦେଲା ରାଜଧାନୀ ଅପେରା ଟ୍ରକ୍। ବାପା ଓ ପୁଅ ଆହତ।

ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଳି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଟ୍ରକ୍ ଡ୍ରାଇଭରକୁ ହେପାଜତକୁ ନେଇଛି। ସୂଚନାନୁଯାୟୀ, ରାଜଧାନୀ ଅପେରା ଅସୁରାଳି ସ୍ଥିତ ଫତେପୁର ଠାରେ ଯାତ୍ରା ସାରି ଫେରିବା ବେଳେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣା ଘଟାଇଛି।

ଟ୍ରକ୍ଟି ଆସୁରାଳି ପେଟ୍ରୋଲ ପମ୍ପରେ ପଶିବା ବେଳେ ନଦୀ ଗାଁରୁ ସ୍କୁଟି ଯୋଗେ ଆସୁଥିବା ଆଶୋକ ସାହୁ ଓ ତାଙ୍କ ପୁଅଙ୍କୁ ଧକ୍କା ଦେଇଥିଲା। ଫଳରେ ବାପା ଓ ପୁଅ ଆହତ ହୋଇଥିଲା। ଯାତ୍ରା ପାର୍ଟି ମ୍ୟାନେଜର ପହଞ୍ଚି ଆହତଙ୍କୁ ମେଡିକାଲ ନେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଧୂସୁରୀ ପୋଲିସ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ହେପାଜତକୁ ନେଇଛି।