ସାମ୍ୱାଦିକ ସୁରକ୍ଷା ସମିତି, ତିର୍ତୋଲ ତରଫରୁ ନୂତନ ଆଇ.ଆଇ.ସି. ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା….
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅଧିନ କୃଷ୍ନାନନ୍ଦପୂର ଥାନାରେ କିଛି ଦିନ ପୂର୍ବରୁ ଆଇ.ଆଇ.ସି.ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ଗୋପାଳ କ୍ରିଷ୍ଣ ଜେନା ଙ୍କୁ ଗତ ଶୁକ୍ରବାର ଦିନ ଅପରାହ୍ନରେ ସାମ୍ୱାଦିକ ସୁରକ୍ଷା ସମିତି, ତିର୍ତୋଲ ର ଉପଦେଷ୍ଟା ରମାକାନ୍ତ ରାଉଳ ମା ଶାରଳାଙ୍କର ଉତ୍ତରୀୟ ପ୍ରଦାନ କରିବା ପରେ ସମିତିର ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସମ୍ପାଦକ ଭାଗବତ ପ୍ରାସାଦ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା ଓ ଦିପରାଜ ସିଂହ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥଲେ । ଏହି ଅବସରରେ ଶ୍ରୀ ଜେନା ନିଜର ପ୍ରତିକ୍ରିୟାରେ କହିଲେ ଯେ, ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହିତ ମହାନଦୀ ପାଇକା ନଦୀ ଦ୍ଵିପଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ! ବିଶେଷକରି ଥାନାକୁ ଆଇନଗତ ସହାୟତା ପାଇଁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ଦଲାଲ୍ ବା ମଧ୍ୟ୍ୟସ୍ତଙ୍କୁ ସାଙ୍ଗରେ ନ ଆଣି ସିଧା ସଳଖ ଥାନା କତୃପକ୍ଷଙ୍କ ସହାୟତା ଲୋଡ଼ିବା ଅତ୍ୟନ୍ତ ଜରୁରୀ ! ସୂଚନା ଯୋଗ୍ୟ ଏଥିପୂର୍ବରୁ କ୍ୟାପିଟାଲ ଥାନରୂ ବଦଳିହୋଇ କୃଷ୍ଣ।ନନ୍ଦପୂର ଥାନାରେ କାର୍ଯ୍ୟଭାର ଗ୍ରହଣ କରିଅଛନ୍ତି !
(ଶରତ କୁମାର ଦାଶ ଙ୍କ ସହିତ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)