March 11, 2026

ଡେଙ୍ଗାପଦରରେ ରାମାୟଣ ନାଟକ ମଞ୍ଚସ୍ଥ 

IMG-20230427-WA0058
Share

 

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ମହୁରୀ ଡେଙ୍ଗାପଦର ଗ୍ରାମରେ ଶ୍ରୀ ରାମନବମୀ ଉପଲକ୍ଷେ ମାଁ ଦୁଆରୀଶୁଣୀ ମନ୍ଦିର ପ୍ରାଙ୍ଗଣରେ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା। ଡେଙ୍ଗାପଦର ଗ୍ରାମରେ ସଭାପତି ତଥା କୁକୁଡ଼ାଖଣ୍ତି ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ ଏହି ନାଟକକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଉଦଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ଏଥିରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ମହାଙ୍କୁଡ଼, ପଞ୍ଚାୟତ ସଭାପତି ନିରଞ୍ଜନ ସାହୁ, ସମାଜସେବୀ ଶିବରାମ ପାତ୍ର, ସରପଞ୍ଚ ପ୍ରତିନିଧି ଶଙ୍କର ମହାଙ୍କୁଡ଼, ମେନେଜର ଅର୍ଜୁନ ପଣ୍ଡା , କରୁଣା ବେହେରା, ଅଧିକାରୀ ସୋମନାଥ ବେହେରା ,କେଶବ ରାଉଳ, ଟହଲିଆ ବାବୁ ବେହେରା, ମଙ୍ଗୁଳୁ ଜେନା, ସତ୍ୟବାନ, ନିର୍ଦେଶକ ଉଦୟନାଥ ମହାରଣା, ସହଯୋଗୀ ନାରାୟଣ ପଣ୍ଡା, ଅରୁଣ ପ୍ରଧାନ,କୋଷାଧକ୍ଷ ଜୟଚନ୍ଦ୍ର ସାହୁ

ସମେତ ମହୁରୀ ଡେଙ୍ଗାପଦର ଗ୍ରାମରେ ଯାତ୍ରା ପରିଚାଳନା କମିଟିରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତ ରହି ଯାତ୍ରାକୁ ପରିଚାଳନାରେ ସହଯୋଗ କରିଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି/ରିପୋର୍ଟ