ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ସମ୍ମୁଖରେ ଧାରଣା ଦେଲେ ଆତ୍ମସମର୍ପଣ କାରୀ ମାଓବାଦୀ
ପାରଳାଖେମୁଣ୍ଡି:୨୭/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ଥ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଜଣେ ଆତ୍ମସମର୍ପଣକାରୀ ମହିଳା ମାଓବାଦୀ l ଅଡବା ଥାନା ଗୋଠା ଗ୍ରାମର ମହିଳା ମାଓବାଦୀ ଆରତୀ ପାତ୍ର ( ମାଓବାଦୀ ନାମ-ରିତା ) ୨୦୦୬ରେ ମାଓ ସଂଗଠନରେ ଯୋଗ ଦେଇଥିଲେ l ପରେ ସମାଜର ମୁଖ୍ୟସ୍ରୋତ ରେ ସାମିଲ ହେବାପାଇଁ ୨୦୧୧ରେ ତତ୍କାଳୀନ ଗଜପତି ଆରକ୍ଷୀ ଅଧିକ୍ଷକ ସାର୍ଥକ ଷଡ଼ଙ୍ଗୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ l ହେଲେ ସରକାରୀ ପ୍ରତିଶ୍ରୁତି ହିସାବରେ କିଛି ଟଙ୍କା ମାତ୍ର ପାଇଥିବା ଅଭିଯୋଗ କରିଛନ୍ତି ଆରତୀ l ଆତ୍ମସମର୍ପଣ ନୀୟମ ପ୍ରକାରେ ଯାଗା ଯୋଗାଇଦେବାର ପ୍ରବଧାନ ଥିଲେ ମଧ୍ୟ ସେ ଜାଗା ପାଇନଥିଲେ l ତେଣୁ ଚନ୍ଦ୍ରଗିରିରେ ଏକ ସରକାରୀ ଯାଗାକୁ ଦଖଲ କରି ରଖିଥିଲେ। କିନ୍ତୁ କିଛି ବ୍ୟକ୍ତି ସେହି ଘରକୁ ଭାଙ୍ଗି ନିଜ ଅତିଆରକୁ
ନେଇଯାଇଛନ୍ତି l ତେଣୁ ବାଧ୍ୟ ହୋଇ ସ୍ୱାମୀଙ୍କ ସହ ସେ ଧାରଣାରେ ବସିଛନ୍ତି l ନ୍ୟାୟ ନମିଳିବା ଯାଏଁ ଧାରଣା ଅବ୍ୟାହତ ରହିବ ବୋଲି ସୂଚନା ଦେଇଛନ୍ତି ଆରତୀ l