March 30, 2025

ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ କୁ ନେଇ ଏକ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ……

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଏହି ଶୋକ ସଭା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନ ଙ୍କ ଅମର ଆତ୍ମାର ସଦ୍ଗତି କାମନା କରି କରାଯାଇଥିଲା । ସ୍ମରଣ ଥାଉକି ଗତ ୧୭ ମାର୍ଚ୍ଚ ଦିନ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ଠାରେ ୮୩ ବର୍ଷ ବୟସରେ ଇହଲୋକ ତ୍ୟାଗ କରିଥିଲେ ।

ଡଃ ପ୍ରଧାନ ଙ୍କ ଜନ୍ମ ୧୬ ଜୁଲାଇ ୧୯୪୧ ଢେଙ୍କାନାଳ ଜିଲ୍ଲାରେ ହୋଇଥିଲା, ସେ କଟକ ଏସ୍ ସି ବି ମେଡିକାଲ ର ଜଣେ ଡକ୍ଟର ଥିଲେ ଏବଂ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଓ ଭାଜପାର ଜଣେ ସଦସ୍ୟ ମଧ୍ୟ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାଜପା ର ରାଜ୍ୟ ସଂମ୍ପାଦକ ରମେଶ ଚନ୍ଦ୍ର ସାହୁ, ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଚନ୍ଦ୍ର ଜୈନ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ବାସନ୍ତୀ ମାଝୀ, ସନା ମାଝୀ, ମଣ୍ଡଳ ସଭାପତି ସନ୍ତୋଷ ଶର୍ମା ପ୍ରମୁଖ ନେତୃ ମଣ୍ଡଳୀ ସ୍ବର୍ଗତ ପ୍ରଧାନ ଙ୍କ ଫଟୋ ଚିତ୍ରରେ ଧୂପ ଦୀପ, ପୁଷ୍ପାଞ୍ଜଳୀ ଅର୍ପଣ ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ସମସ୍ତେ ସ୍ମୃତି ଚାରଣ କରିଥିଲେ, ଏହି ସଭାରେ ଉଭୟ ନିର୍ବାଚନ ମଣ୍ଡଳୀ ର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।