May 10, 2026

ଉମରକୋଟ ଗ୍ରସ୍ତ ରେ ରାଜ୍ୟ ଫୁଟବଲ ପର୍ଯ୍ୟବ୍ୟକ୍ଷକ ସୁନୀଲ ମିତ୍ର ……..

IMG-20250327-WA0051
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଆସନ୍ତା ୨ତାରିଖ ରୁ ଆରମ୍ଭ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଫୁଟବଲ କପ କିଭଳି ସୁଚାରୁ ରୂପେ ସମ୍ପନ ହେବ ଏଥିପାଇଁ କେତୋଟି ଦଳ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ, ଫୁଟବଲ ପଡିଆ ର ସ୍ଥିତି ଏବଂ ଖେଳାଳି ମାନଙ୍କ ରହିବା, ଖାଇବା କିଭଳି ସଠିକ ଭାବେ ପରିଚାଳନା ହେବ ତଦାରଖ କରିବା ପାଇଁ ରାଜ୍ୟ ଫୁଟବଲ ସଙ୍ଘ ପକ୍ଷରୁ ପର୍ଯ୍ୟବ୍ୟକ୍ଷକ ଭାବେ ଶ୍ରୀ ସୁନୀଲ ମିତ୍ର ଆସି ଉମରକୋଟ ବିଜୁ ପଟନାୟକ ଷ୍ଟାଡିୟମ ରେ ପହଁଞ୍ଚି ଫୁଟବଲ ପଡିଆ ତଦାରଖ କରିବା ସହ ଫୁଟବଲ ଟୁର୍ନାମେଣ୍ଟ କିଭଳି ସୁଚାରୁ ରୂପେ ପରିଚାଳନା ହେବ ଉପସ୍ଥିତ ଆୟୋଜକ କମିଟି ସହ ଆଲୋଚନା କରିଥିଲେ | କମିଟି ର ସଦସ୍ୟ ଓ ସଦସ୍ୟା ପର୍ଯ୍ୟବ୍ୟକ୍ଷକ ଶ୍ରୀ ମିତ୍ର ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ | ଏହି ସମୟରେ ଟୁର୍ନାମେଣ୍ଟ କମିଟି ର ସପନ ବୈରାଗୀ, ଏମ. ବିଜୟ କୁମାର, ଦୁର୍ଯ୍ୟ ହରିଜନ, ଜ଼ିଲ୍ଲା ମହିଳା କ୍ରୀଡା ସଂଯୋଜିକା ଇଂ. ଚନ୍ଦନା ମଲ୍ଲିକ, ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲ୍ଲିକ, ଜିମ ଦାୟିତ୍ୱ ରେ ଥିବା କୋଚ ମନୋଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ | ପର୍ଯ୍ୟବ୍ୟକ୍ଷକ ଶ୍ରୀ ମିତ୍ର ଙ୍କୁ ନବରଙ୍ଗପୁର ଜ଼ିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଜ଼ିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ଵାଲାକ୍ରିଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ କୁମାର ନାୟକ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଛନ୍ତି |