ଆମ ସଂସ୍କୃତି ଓ ଖେଳଣା ବାର୍ଷିକ ଉତ୍ସବ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଆମ ସଂସ୍କୃତି ଓ ଖେଳଣା କର୍ମଶାଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗୁଣୁପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦମୟନ୍ତି ଦେବୀ ଯୋଗଦେଇ ଏଭଳି କର୍ମଶାଳା ଛାତ୍ରଛାତ୍ରୀ ଙ୍କ ଜ୍ଞାନ ପିପାସୁ ବଢ଼େଇବା ସହ ଶିକ୍ଷା ପ୍ରତି ଆକୃଷ୍ଟ କରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ତାଲିମ ବିଦ୍ୟାଳୟ ର ବାଇଟ ନଳିନୀ କୁମ୍ଭକାର ଯୋଗଦେଇ ଏହାର ଆଭିମୁଖ୍ୟ ଓ ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୃତ୍ୟୁଞ୍ଜୟ ପଣ୍ଡିତ, ୱାର୍ଡ ସଭ୍ୟ ଗୌରଚନ୍ଦ୍ର ସେନାପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ମିଶ୍ର, ବିଦ୍ୟାଳୟ ର ପୁରାତନ ଆଲୁମିନି ସନ୍ତୋଷ କୁମାର ରଥ, ଅଜିତ୍ ମହାନ୍ତି ପ୍ରମୁଖ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥା ରେ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ପୁରାତନ ସ୍ମୃତି କୁ ସାଉଁଟିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶୈଳେନ୍ଦ୍ରୀ ପଣ୍ଡା ବିବରଣୀ ପାଠ କରିଥିଲେ । ସିଆରସିସି ଗୋପୀନାଥ ପଣ୍ଡା ଓ ଶିକ୍ଷକ ରବୀନ୍ଦ୍ର ସେଠି ମଞ୍ଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦଳଗତ ନୃତ୍ୟ, ସଚେତନ ଧର୍ମୀ ନାଟକ ପ୍ରଦର୍ଶିତ ହୋଇଥିଲା । କୁନିକୁନି ପିଲାଙ୍କ ଦ୍ୱାରା ଦଶଟି ଥିଲେ ମୂଷା ନୃତ୍ୟ ନାଟିକା ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅତିଥିମାନେ କର୍ମଶାଳା ପ୍ରଦର୍ଶନୀ କୁ ବୁଲି ଦେଖିଥିଲେ ।