March 12, 2026

ଗଡଜାତ ଲୋକ ମହୋତ୍ସବ ରେ 13 ଜଣ ବିଶିଷ୍ଟ ବ୍ୟକ୍ତି ପାଇବେ ଗଢଜାତ ସମ୍ମାନ ଓ ୨ ଜଣ ପାଇବେ (ମରଣୋତର) ସମ୍ମାନ

IMG-20260227-WA0043
Share

 

 

ଆଠଗଡ, ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ଆସନ୍ତା ମାର୍ଚ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ୫ ଦିନ ବ୍ୟାପି ଗଡଜାତ ଲୋକ ମହୋତ୍ସବ ଏବଂ ଆଠଗଡ଼ ଗଡଜାତ ର ୮୪୯ ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଅଛି । ଏହି ମହୋତ୍ସବ ରେ ଆଠଗଡ, ଡିଗିରିଆ, ବଜମ୍ବା, ନରସିଂହପୁର ୪ ଗଡଜାତର ୧୨ ଜଣ ବିଶିଷ୍ଟ ବ୍ୟକ୍ତିକୁ ଗତଜାତ ସମ୍ମାନ ପ୍ରଦାନ କରାଯିବା ସହିତ ୨ ଜଣଙ୍କୁ (ମରଣୋତର) ଗଡଜାତ ସମ୍ମାନ ପ୍ରଦାନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ଗଡଜାତ ପରିକ୍ରମା ସମ୍ପାଦକ ଲଲାଟେନ୍ଦୁ ସେନାପତି । ଚଳିତବର୍ଷ ଗଡଜାତ (ମରଣୋତର) ସମ୍ମାନ ପାଇବାକୁ ଯାଉଛନ୍ତି ସମାଜର ପୂର୍ବତନ ସମ୍ପାଦକ ସମାଜସେବୀ ସ୍ବର୍ଗତ ନିରଞ୍ଜନ ରଥ ଏବଂ ସମାଜସେବୀ ସ୍ୱର୍ଗତ ପ୍ରତାପରୂଦ୍ର ବେଉରା। ଏହା ବ୍ୟତିତ ଡାକ୍ତର ଭୁବନାନନ୍ଦ ଦାସ ପାଇବେ ଗଡଜାତ ସ୍ବାସ୍ଥ୍ୟ ସେବା ସମ୍ମାନ, ପଦ୍ମଶ୍ରୀ ଶରତ କୁମାର ପାତ୍ର ପାଇବେ ଗଡଜାତ ବାନ୍ଧକଳା ସମ୍ମାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ ରବି ନାରୟଣ ମହାପାତ୍ର ପାଇବେ ଗଡଜାତ ପଟ୍ଟଚିତ୍ର ଶିଳ୍ପୀ ସମ୍ମାନ, ନରସିଂହପୁରର ଶୁଭ୍ରାଂଶୁ ଭୋଳ ପାଇବେ ଗଡଜାତ ସାହସିକତା ସମ୍ମାନ, ଫଣୀଭୂଷଣ ରଥ ପାଇବେ ଗଡଜାତ ଆଇନ ସେବା ସମ୍ମାନ,ଆଠଗଡର ଦିବ୍ୟାଙ୍ଗ ଅଲମ୍ପିୟାନ ସତ୍ୟଭାମା ସାହୁ ପାଇବେ ଗଡଜାତ କ୍ରୀଡା ସମ୍ମାନ, ପର୍ବତରୋହଣକାରୀ ରୂପଶ୍ରୀ ଶ୍ଵେତପଦ୍ମା ମହାନ୍ତି ପାଇବେ ଗଡଜାତ ପର୍ବତାରୋହିଣୀ ସମ୍ମାନ , ଆଠଗଡ ଉପ-ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ପାଇବେ ଗଡଜାତ ପ୍ରଶାସକ ସମ୍ମାନ, ଆଠଗଡ ଉପଖଣ୍ଡ ପୋଲିସ ଅଧିକାରୀ ବିଶ୍ୱଜିତ୍ ମହାନ୍ତି ପାଇବେ ଗଡଜାତ ଆରକ୍ଷୀ ସମ୍ମାନ, ବଡମ୍ବାର ଜଗନ୍ନାଥ ବାରିକ ପାଇବେ ଗଡଜାତ ସାହିତ୍ୟ ସମ୍ମାନ, ସ୍ବାଧିନ ପଣ୍ଡା ପାଇବେ ଗଡଜାତ ସମ୍ମାନ, ପଠାଣୀ ବେହେରା ପାଇବେ ଗଡଜାତ ଶ୍ମସାନ ରକ୍ଷକ ସମ୍ମାନ ଏବଂ ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କୁ ଗଡ଼ଜାତ ସାମ୍ବାଦିକ ସମ୍ମାନ ରେ ସମ୍ମାନିତ କରାଯିବ। ଏହା ବ୍ୟତିତ ଆଠଗଡ ଅଂଚଳର ୫ ଜଣ ପ୍ରତିଭାଙ୍କୁ ପ୍ରଦାନ କରାଯିବ ଗଡଜାତ ପ୍ରତିଭା ସମ୍ମାନ । ସେମାନେ ହେଲେ- ଗୁରୁଦତ ନାୟକ, ସୌଜନ୍ୟା ରଥ, ବିପ୍ଲବ ଦାସ, ମୋହିନୀ ସେଠୀ, ଜ୍ୟୋତିଶଙ୍କର ମହାପାତ୍ର । ଏହି ସାମ୍ବାଦିକ ସମ୍ମିଳନୀରେ ଗଡଜାତ ପରିକ୍ରମା ସଭାପତି ପ୍ରାଣକୃଷ୍ଣ ଦାଶ, ଉପ-ସଭାପତି ସୁରେଶ ଚନ୍ଦ୍ର ପରିଡା,, ଗଣେଶ ପ୍ରସାଦ ରାଉତ, ପୂର୍ଣଚନ୍ଦ୍ର ସ୍ୱାଇଁ, ନଚିକେତା ପରମାଣିକ ପ୍ରମୁଖ ଯୋଗ ଦେଇଥିଲେ ।