March 7, 2026

ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପ୍ରଦାନ କରିବ ସୁନା ଲକେଟ୍ 

IMG-20260227-WA0027
Share

 

 

ଖଇରା ( ଦେବାଶିଷ ଦାଶ )

 

ସାହିତ୍ୟ, ସମ୍ବାଦ ଓ ସମାଜସେବାକୁ ପାଥେୟ କରି ଆଗେଇ ଚାଲିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର । ସଂସଦର ମୂଳ ଲକ୍ଷ୍ୟ ଗଦ୍ୟ କଳା ସାହିତ୍ୟର ଉନ୍ନତି ଏବଂ ସମାଜସେବା । ଅନୁଷ୍ଠାନ ତରଫରୁ ଅତ୍ୟନ୍ତ ଗରିବ, ଅସହାୟ, ନିରାଶ୍ରୟ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ଏଡସ୍, କୁଷ୍ଠରୋଗୀ ଭଳି ଲୋକମାନଙ୍କୁ କମ୍ବଳ, ବସ୍ତ୍ର, ମଶାରୀ, ଛତା, ଜୋତା, ପାଣିବୋତଲ, ସୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛି ଅନୁଷ୍ଠାନ।

ଅନ୍ ଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇ ପୁରସ୍କାର ମଧ୍ୟ ଦିଆଯାଉଛି । ବର୍ଷକେ ଥରେ ବାର୍ଷିକ ଉତ୍ସବ ହୋଇଥାଏ । ଏହି ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ ରାଜ୍ୟ ବିଭିନ୍ନ ଜିଲ୍ଲାରୁ କଳାକାର ମାନଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଏ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ମୋ ଅନୁଷ୍ଠାନ କେତେ ଜଣ କଳାକାରଙ୍କୁ ବାର୍ଷିକ ସାହିତ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛି । କଳା କ୍ଷେତ୍ରରେ ଆଗକୁ ଅଗ୍ରସର ହେବା ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ” ମୋ ଅନୁଷ୍ଠାନ ” । କୁନି କୁନି ପ୍ରତିଭା ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥାଏ ନିଜର କଳା ପ୍ରତିଭାକୁ ସୁଦୂର ପ୍ରସାରୀ କରିବା ପାଇଁ । ଏଇ ପରିପ୍ରେକ୍ଷୀରେ ଗତ ୨୦୨୫ ମସିହାରେ ଜଣେ କୁନି ପ୍ରତିଭାକୁ ରୂପା ମୁକୁଟ ପ୍ରଦାନ କରି ଚହଳ ସୃଷ୍ଟି କରିଥିଲା ଅନୁଷ୍ଠାନ। ଚଳିତ ୨୦୨୬ ମସିହା ବାର୍ଷିକ ଉତ୍ସବରେ ଆକର୍ଷଣୀୟ ପୁରସ୍କାର ଲକେଟ୍ ପ୍ରଦାନ କରିବ ” ମୋ ଅନୁଷ୍ଠାନ “। ଏଥିପାଇଁ ସୋସିଆଲ ମିଡ଼ିଆ, ହ୍ଵାଟ୍ସଆପ୍ ଗୃପ୍ ଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ବାରମ୍ବାର ଘୋଷଣା କରାଯାଉଛି । ଚଳିତ ବର୍ଷ କାହା ଗଳାରେ ସୁନା ଲକେଟ୍ ଶୋଭା ପାଇବ ସେଥିପାଇଁ ଯୋଗ୍ୟ ପ୍ରତିଭା ଖୋଜୁଛି ଅନୁଷ୍ଠାନ. ସମୟ କହିବ କିଏ ହେଉଛି ସୁନା ଲକେଟ୍ ପାଇବାର ଅଧିକାରୀ । ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳୁଛି କିଏ ପାଉଛି ସୁନା ଲକେଟ୍ ଦେଖିବାକୁ ବାକି ରହିଲା ।।