April 29, 2026

ଗଜପତି:- ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏସ:କେ:ସି:ଜି: କଲେଜରେ ଜିଲ୍ଲାସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ଅବସରରେ ସାମ୍ବାଦିକ ସମ୍ମିଳନୀ

IMG-20260227-WA0023
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜିଲ୍ଲାସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ” କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଦିନ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ଅନୁଷ୍ଠିତ ହେବ ।

ଏହି ଅବସରରେ ଆଜି ମହାବିଦ୍ୟାଳୟ ର କ୍ୟାରିଅର ପରାମର୍ଶ ପ୍ରକୋଷ୍ଠ (କ୍ୟାରିଅର କାଉନସେଲିଙ୍ଗ ସେଲ) ଠାରେ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ , ଗଠନ ଓ ଗୁରୁତ୍ଵ ବିଷୟରେ ଅଧିକ ସୂଚନା ଦେଇ କହିଥିଲେ ଯେ , ଯୁବବର୍ଗଙ୍କୁ ଭାରତ ବିକାଶରେ ସାମିଲ୍ କରିବା , ଗଣତାନ୍ତ୍ରିକ ମୂଲ୍ୟବୋଧ , ନେତୃତ୍ଵ ଗୁଣବତ୍ତା , ସେମାନଙ୍କ ମତ ରଖିବାର ସୁଯୋଗ ଦେବା ସହ ଯୁବପିଢିଙ୍କ ମଧ୍ୟରେ ଗଠନ ମୂଳକ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ବିକଶିତ ଭାରତ ୨୦୪୭ ର ଦୃଷ୍ଟିକୋଣ ସହିତ ସମନ୍ଵୟ ସ୍ଥାପନ କରିବା ହେଉଛି , ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ ।।

ଏହି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୧ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏଥିରେ ଭାଗନେବା ପାଇଁ ୧୮ ରୁ ୨୫ ବର୍ଷ ବୟସ ମଧ୍ୟରେ ଯେ କୌଣସି ଯୁବକ ଯୁବତୀ ଅନଲାଇନ୍ ମାଧ୍ଯମରେ ଚଳିତ ମାସ ୨୭ ତାରିଖ ମଧ୍ୟରେ ମାଇ ଭାରତ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିପାରିବେ I ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଗଜପତି ଜିଲାର ବିଭିନ୍ନ ମହାବିଦ୍ୟାଳୟ’ରୁ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଆବେଦନ କରିଥିବା ଯୋଗ୍ୟ ଯୁବବର୍ଗ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।। ସେମାନଙ୍କ ମଧ୍ୟରୁ ସେମାନଙ୍କ ପ୍ରତିଭାର ଦକ୍ଷତା ଓ ଯୋଗ୍ୟତାକୁ ଦେଖି ଶ୍ରେଷ୍ଠ ୫ ଜଣ ମନୋନୀତଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ପଠାଯିବ । ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ଓ ଜାତୀୟ ସେବା ଯୋଜନା ସହଯୋଗ କରୁଛନ୍ତି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶ୍ରୀ ରାଧାକାନ୍ତ ଭୂୟାଁ ସୂଚନା ଦେଇଛନ୍ତି ।

କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ସଂଯୋଜକ ତଥା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(ଏନ:ଏସ:ଏସ:)ର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ବିଦ୍ୟାଧର ସେଠୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କଣ କଣ ସବୁ କାର୍ଯ୍ୟକ୍ରମ ରହିଛି , ସେ ସମ୍ପର୍କରେ ସମ୍ୟକ୍ ଭାବେ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଇକ୍ୟୁଏସି: ସଂଯୋଜକ ଡ଼ଃ ବିଘ୍ନେଶ୍ୱର ମିଶ୍ର , ଏକାଡେମୀକ ବରଷର ପ୍ରଫେସର ସୁକାନ୍ତ କୁମାର ବେହେରା , ଏକାଉଣ୍ଟ୍ ବରଷର ଡ଼ଃ ସୁମନ୍ତ କୁମାର ବେହେରା ଏବଂ ଡ଼ଃ ପ୍ରିୟବ୍ରତ ଶତପଥି ପ୍ରମୁଖ ମଞ୍ଚାସିନ ଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ , ଜାତୀୟ ସେବା ଯୋଜନା ଶିବିର ଓ “ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ , ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା ” ସମ୍ପର୍କିତ ବିଷୟ ଉପରେ ଏକ ଡିବେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଯୁବ ସଂସଦର ଛାତ୍ରଛାତ୍ରୀ ଓ ଯୁବାବର୍ଗ ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ସଂସଦ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————

You may have missed