March 10, 2026

ଆସନ୍ତୁ ଥରେ ବୁଲିଯିବା ଗଡ଼ମାଣତିର ମା ରାମଚଣ୍ଡୀ

IMG-20260227-WA0020
Share

 

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଡ଼ମାଣତିର ଗ୍ରାମର ପାହାଡ଼ ଉପରେ ଅବସ୍ଥିତ ମା ରାମଚଣ୍ଡୀ ଙ୍କ କଥା l ଯେତେବେଳେ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣ ଏବଂ ଧର୍ମପତ୍ନୀ ସୀତାଙ୍କୁ ସଙ୍ଗରେ ଘେନି ବନବାସ ରେ ଥିଲେ, ସେହିସମୟରେ ଗଡ଼ମାଣତିର ଗ୍ରାମରେ ଥିବା ଏକ ପ୍ରସ୍ତର ଖଣ୍ଡକୁ ପୂଜା କରିଥିଲେ l ପରେପରେ ଗ୍ରାମବାସୀ ଏହାକୁ ମା ରାମଚଣ୍ଡୀ ରୂପେ ପୂଜା କରିଥିଲେ l କିନ୍ତୁ ସେହି ପଥର ଖଣ୍ଡଟି ପ୍ରତିଦିନ ବଢ଼ି ଏକ ବିରାଟ ରୂପ ଧାରଣ କରୁଥିଲା l ତେଣୁ ମାଙ୍କ ଦେହୁରୀ ସେବକ ମାଙ୍କର ସେହି ବିରାଟକାୟ ସେହି ପଥରକୁ ଏକ ଶକ୍ତ ଚଟକଣୀ ମାରି କହିଥିଲେ ଯେ ତୁ ଯଦି ଏମିତି ବଢ଼ିବୁ ମୁଁ ପୂଜା କିପରି କରିବି l ସେହିଦିନ ଠାରୁ ସେହି ମା ରୁପି ପଥର ଖଣ୍ଡଟି ଆଉ ବଢୁନଥିବାର ସ୍ଥାନୀୟ ପୂଜକ କହିଛନ୍ତି l ଏଥିସହିତ ମାଙ୍କର ଏକ ଅଲୌକିକ ଘଟଣାର ମୂର୍ତ୍ତି ସେଠାରେ ଦେଖିବାକୁ ମିଳିଛି ଯୋଉଟାକି ମାଙ୍କର ଜଣେ ଗରିବ ଭକ୍ତ ପ୍ରତିଦିନ ଚାଷ କରିବାପାଇଁ ହଳ ବଳଦ ନେଇ ନିଜ ଚାଷଜମିକୁ ଯାଇଥାନ୍ତି l କିନ୍ତୁ ଗୋଟେ ଦିନ ମଧ୍ୟାହ୍ନ ଭୋଜନ ସାରି ଚାଷୀ ଜଣକ ନିଜ ଚାଷଜମି ନିକଟରେ ବିଶ୍ରାମ ନେଉଥିବା ବେଳେ ଗୋଟିଏ ବଳଦ କୁଆଡେ ହଜିଯାଇଥିଲା l ଚାଷୀ ଜଣକ ବଳଦ କୁ ଖୋଜିଖୋଜି ନପାଇ ମାଙ୍କୁ ଗୁହାରି କରି ଘରକୁ ଫେରିଥିଲା l ରାତିରେ ମା ସ୍ୱପ୍ନରେ ଚାଷୀ କୁ କହିଥିଲେ ସକାଳୁ ତୁ ବିଲକୁ ଯିବୁ ସେଠାରେ ଯିଏଥିବ ତାସହିତ ବଳଦ ଯୋଛି ହଳକରିବୁ l ଚାଷୀ ଜଣକ ଗୋଟିଏ ବଳଦ ନେଇ ଜମି ନିକଟରେ ପହଁଞ୍ଚି ଦେଖେତ ଏକ ବାଘ ସୋଇଛି l ସେ ବାଘକୁ ବଳଦ ସହିତ ଯୋଛି ହଳ କରିଥିଲେ l ଏହି ମୂର୍ତ୍ତି ମାଙ୍କ ଦର୍ଶନ ପାଇଁ ପାହାଡ଼ କୁ ଯାଉଥିବା ପ୍ରବେଶ ପଥରେ ସ୍ଥାପନା କରାଯାଇଛି l ଏଥିସହିତ ଯେଉଁ ଭକ୍ତମାନେ ଏଠାରେ କୁକୁଡ଼ା ବଳି ମାଙ୍କ ଉଦେଶ୍ୟ ରେ ଯାଚିଥାନ୍ତି ସେହି କୁକୁଡ଼ା କୁ ମାଙ୍କ ନିକଟରେ ଛାଡିଯାଆନ୍ତି l ବର୍ତମାନ ଶହଶହ କୁକୁଡ଼ା ଏଠାରେ ବୁଲୁଥିବାର ଦେଖିବାକୁ ମିଳୁଛି l ତେଣୁ ଆପଣ ମାନେ ଥରେ ଆସି ଏହି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଡ଼ମାଣତିର ଗ୍ରାମର ରାମଚଣ୍ଡୀଙ୍କୁ ଦର୍ଶନ କରିଯାଆନ୍ତୁ l

ଖୋର୍ଦ୍ଧା ରୁ ରମେଶ ସାହୁଙ୍କ ରିପୋର୍ଟ