March 11, 2026

ରାଜ୍ୟସଭା ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ , କିଏ ପାଇବ ଟିକେଟ୍ ?

IMG-20260227-WA0017
Share

 

*ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବେ ରାଜ୍ୟସଭା, ତାକୁ ନେଇ ଆରମ୍ଭ* ହୋଇଛି ଅଙ୍କକଷା । ବିଜେଡି ଓ ବିଜେପିରୁ କାହାକୁ ପ୍ରାର୍ଥୀ କରାଯିବ, ତାକୁ ନେଇ ଲବି ଆରମ୍ଭ ହୋଇଯାଇଛି । ଦିନେ ଦୁଇଦିନ ଭିତରେ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ।

 

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବେ ରାଜ୍ୟସଭା, ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଜେଡି ଓ ବିଜେପିରୁ କାହାକୁ ପ୍ରାର୍ଥୀ କରାଯିବ, ତାକୁ ନେଇ ଲବି ଆରମ୍ଭ ହୋଇଯାଇଛି । ଦିନେ ଦୁଇଦିନ ଭିତରେ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ଗତକାଲି ସାଂସଦ ସସ୍ମିତ୍ ପାତ୍ର ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ୍ ଫର୍ମ ନେଇଥିଲେ । ସବୁଥର ଭଳି ଏଥର ବି ନବୀନ ପଟ୍ଟନାୟକ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି ।

 

 

 

ସେହିପରି ବିଜେପି ମଧ୍ୟ କୌଣସି ମୁହୂର୍ତ୍ତରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ରେସ୍‌ର ସବୁଠୁ ଆଗରେ ଅଛନ୍ତି ସୁଜିତ୍ କୁମାର। ସେହିପରି ମନମୋହନ ସାମଲ, ବିଜୟପାଲ ସିଂ ତୋମାର, ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି । ତେବେ ସଂସଦୀୟ ବୋର୍ଡ ବୈଠକ ନେବ ଚୂଡ଼ାନ୍ତ ନିଷ୍ପତ୍ତି ।