March 10, 2026

କୋର୍ଟ କିରାଣୀ ମନୋଜ କୁମାର ମଲ୍ଲିକ ଙ୍କ ହୃଦଘାତ ରେ ମୃତ୍ୟୁ…….

loko
Share

 

ଉମରକୋଟ – ଉମରକୋଟ ଅତିରିକ୍ତ ଜିଲ୍ଲା ଦୌର। ଜଜ କୋର୍ଟ ରେ କାର୍ଯ୍ୟରତ ବେଞ୍ଚ କ୍ଲକ ମନୋଜ କୁମାର ମଲ୍ଲିକ ଙ୍କ ଆଜି ଉମରକୋଟ ଠାରେ ହୃଦ ଘାତ ରେ ମୃତ୍ୟୁ ବରଣ ହେଇଯାଇଛି। ମୃତ୍ୟ ବେଳକୁ ୫୪ ବର୍ଷ ବୟସ ହେଇ ଥିଲା। ସେ ପ୍ରତି ଦିନ ନବରଙ୍ଗପୁର ରୁ ଯିବା ଆସିବା କରୁ ଥିଲେ। ସେ ଆଜି ୯/୩୦ ରେ କର୍ଟ୍ଟ ରେ ପହଂଚି ଯାଇଥିଲେ। ପ୍ରାୟ ୧୧ ଟା ସମୟ ରେ ଛାତି ରେ ଯନ୍ତ୍ରଣା ହେବା ରୁ ଉପସ୍ଥିତ ମାଜିଷ୍ଟ୍ରେଟ ଓ ଓକିଲ ମାନେ ତୁରନ୍ତ ଉମରକୋଟ ହସ୍ପିଟାଲ୍ କୁ ନେଇ ଯାଇଥିଲେ। ତେବେ ସେଠାରେ ଡକ୍ଟର ମାନେ ପ୍ରାରମ୍ଭିକ ଚିକିତ୍ସା କରିବା ପରେ ବିଶାଖାପାଟଣା ନେବା ପାଇଁ ପ୍ରସ୍ତୁତ ହେଉ ଥିବ। ବେଳେ ମୃତ୍ୟୁ ବରଣ କରି ଥିଲେ। ତୁରନ୍ତ ମୋନୋଜ ଙ୍କ ମର ଶରୀର କୁ ନବରଙ୍ଗପୁର ପଠ। ଯାଇଥିଲା। ତାଙ୍କର ସ୍ତ୍ରୀ, ପୁଅ ଓ ଝିଅ ଅଛନ୍ତି। ସେ ଜଣେ ମେଳ।ପି, ମିଷ୍ଠ ଭାଷୀ ଓ ପରଇପକ।ରି ବ୍ୟକ୍ତି ଭାବେ ସୁନାମ ଥିଲା।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)