ପୁରୀରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ସ୍ତରୀୟ ଫିଜିଓଥେରାପି ବା ଭୌତିକ ଚିକିତ୍ସା ସମ୍ମିଳନୀ ଉଦଯାପିତ ହୋଇଛି…
ପୁରୀରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ସ୍ତରୀୟ ଫିଜିଓଥେରାପି ବା ଭୌତିକ ଚିକିତ୍ସା ସମ୍ମିଳନୀ ଉଦଯାପିତ ହୋଇଛି।ଦ୍ଵିତୀୟ ଦିନରେ ପିଠି, କାନ୍ଧ ,ମେରୁଦଣ୍ଡ , ଜଂଘରେ ଯନ୍ତ୍ରଣା,ଆଧୁନିକ ଏସଆଈ ଥେରାପି,ଫିଜିଓଥେରାପି କ୍ଷେତ୍ରରେ ଅତ୍ୟାଧୁନିକ ବାୟୋ ମେଡିକାଲ ଅଗ୍ରଗତି ସହ ଗର୍ଭାଶୟ ଜନିତ ସମସ୍ୟା ଓ ଏହାର ସମାଧାନ ସହ ଫିଜିଓଥେରାପିର ଆବଶ୍ୟକତା ସମ୍ପର୍କରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସୁଥିବା ଅଭିଜ୍ଞ ଚିକିତ୍ସକ ଓ ଫିଜିଓଥେରାପିଷ୍ଟ ମାନେ ବୁଝାଇଥିଲେ।ନିଖିଳ ଓଡ଼ିଶା ଭୌତିକ ଚିକିତ୍ସକ ସଂଗଠନ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। ଓଲଟପୁରସ୍ଥିତ ନିରତାରର ନିର୍ଦେଶକ ଡ଼ା,ପତିତପାବନ ମହାନ୍ତି,ଡଃ ଉମାଶଙ୍କର ମହାନ୍ତି ,ପ୍ରଫେସର ଉମାଶଙ୍କର ମହାନ୍ତି , ଏନସିଡି ଅତିରିକ୍ତ ନିର୍ଦ୍ଦେଶକ ଡଃ ସୁକାନ୍ତ କୁମାର ସ୍ବାଇଁ ଡଃ ପି.ସି.ଦେ ,ଡଃ ଦୀପେଶ ଶର୍ମା ,ଡଃ ଦୂର୍ଗା ମିଶ୍ର,ଡଃ ସୁଜାତା ମହାରଥି,ଡଃ ଲିପିକା ବୋରୁହାଁ ପ୍ରମୁଖ ଯୋଗ ଦେଇ ସ୍ନାୟୁ,ମେରୁଦଣ୍ଡ,ଅସ୍ଥି ,ବ୍ରେନ୍ ଷ୍ଟ୍ରୋକ ଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଓ
ପ୍ରଫେସର ଉମାଶଙ୍କର ମହାନ୍ତି , ଏନସିଡି ଅତିରିକ୍ତ ନିର୍ଦ୍ଦେଶକ ଡଃ ସୁକାନ୍ତ କୁମାର ସ୍ବାଇଁ ଡଃ ପି.ସି.ଦେ ,ଡଃ ଦୀପେଶ ଶର୍ମା ,ଡଃ ଦୂର୍ଗା ମିଶ୍ର,ଡଃ ସୁଜାତା ମହାରଥି,ଡଃ ଲିପିକା ବୋରୁହାଁ ଯୋଗ ଦେଇ ସ୍ନାୟୁ,ମାଂସପେଶୀ ,ଅସ୍ଥି ,ବ୍ରେନ୍ ଷ୍ଟ୍ରୋକ ଆଦି ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ଦିଗରେ ଫିଯିଓଥେରାପିର ଗୁରୁତ୍ବପୁର୍ଣ ଭୂମିକା ସମ୍ପର୍କରେ ବୁଝାଇଥିଲେ।ଏହି ଅବସରରେ ଛାତ୍ର ,ଛାତ୍ରୀଙ୍କୁ ଲାଇଭ ଡେମୋନେଷ୍ଟ୍ରସନ୍ ଦେଖାଯାଇଥିଲା। ୨ ଦିନିଆ ସମ୍ମିଳନୀରେ ରାଜ୍ୟର ୩ଶହରୁ ଉର୍ଦ୍ଧ ଭୌତିକ ଚିକିତ୍ସା ବିଭାଗର ଛାତ୍ରଛାତ୍ରୀ ଏବଂ ୨ଶହରୁ ଉର୍ଦ୍ଧ ଭୌତିକ ବିଭାଗର ଡ଼ାକ୍ତର ଭାଗ ନେଉଥିଲେ। କର୍ମଶାଳାକୁ ସଂଗଠନର ସଂଯୋଜକ ଡଃ ସିଦ୍ଧାର୍ଥ ଶେଖର ପାତ୍ର, ସଭାପତି ତଥା ଭୌତିକ ବିଭାଗର ଡ଼ାକ୍ତର ଶଶାଙ୍କ ଶେଖର ପରିଡ଼ା ଏବଂ ଡ଼ାକ୍ତର ସରୋଜ କୁମାର ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ