April 29, 2026

ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ଗଞ୍ଜାମ ସାରସ୍ୱତ ସଙ୍ଘର ୪୬ ତମ ବାର୍ଷିକୋତ୍ସବ

WhatsApp Image 2023-02-27 at 11.20.26
Share

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ପୁଇଁତୋଳା ଗ୍ରାମରେ ରହିଥିବା ଗଞ୍ଜାମ ସାରସ୍ୱତ ସଂଘ, ଗଞ୍ଜାମଙ୍କ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବ ଙ୍କ ୪୬ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି l ରବିବାର ସକାଳ ୪.୦୦ ଶୁଭାରମ୍ଭ ଉକ୍ତ ଉତ୍ସବ ରେ ପ୍ରଭାତୀ କୀର୍ତନ,ପ୍ରତୀକ୍ଷା,ଆବାହନ,ଠାକୁରଙ୍କ ସୋଡ଼ସ ଉପଚାର ପୂଜା,ଆରତୀ,ସ୍ତୋତ୍ରବନ୍ଦନା,ସଦଗନ୍ଥ ପାଠ ସହିତ ଜୟଗୁରୁ କୀର୍ତନ ଠାକୁରଙ୍କ ପୂଜା କରାଯାଇଥିଲା | ଉକ୍ତ ଉତ୍ସବ ରେ ଜିତେନ୍ଦ୍ର କୁମାର ଗୌଡ଼( ଜିଲ୍ଲା ସଦସ୍ୟ ଗଞ୍ଜାମ), ଶ୍ରୀ ରମେଶ ଗୁରୁଦାସ(ସଭାପତି ଗଞ୍ଜାମ ସଙ୍ଘ), ସୁଦାମ ଚରଣ ସାହୁ (ସମ୍ପାଦକ ଗଞ୍ଜାମ ସଙ୍ଘ), ନଳିନୀ କାନ୍ତ ରାଉତ(ବରିଷ୍ଠ ସଂଘସେବୀ), ଅରୁଣ କାନ୍ତ ସାହୁ(ଉପଦେଷ୍ଠା ଗଞ୍ଜାମ ସଙ୍ଘ) ଏବଂ ସଙ୍ଘର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ଉତ୍ସବ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ l
ଉକ୍ତ ଉତ୍ସବ ୬୦ ଜଣ ଗୁରୁଭାଇ ଓ ଗୁରୁମା ମାନେ ଯୋଗ ଦେଇଥିଲେ l

You may have missed