ଦୁବୁର୍ତ୍ତ ଙ୍କ ବୋମା ମାଡ଼ରେ ଭାଙ୍ଗିଲା ଘର
ଛତ୍ରପୁର ତା ୨୭/୧/୨୬(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ଚି଼କଲଖଣ୍ଡି ଗ୍ରାମ ର ଜି. କାମରଜୁ ରେଡ୍ଡୀ ଙ୍କ ଘର କୁ ଲକ୍ଷ କରି କେହି ଦୁବୁର୍ତ୍ତ ରାତି ରେ ବୋମା ମାଡ଼ କରିଛି ଘର କାନ୍ଥ ନଷ୍ଟ ହେବା ସହ ଘର ର ଆସବାବ ପତ୍ର ନଷ୍ଟ ହୋଇ ଯାଇଛି ରାତିରେ କାମରଜୁ ଙ୍କ ପରିବାର ଘରେ ସୋଇଥିବା ସମୟ ରେ ବୋମାମାଡ଼ ହୋଇଛି ଛତ୍ରପୁର ପୋଲିସ ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ଶ୍ରୀ ସବ୍ୟସାଚି ମଲ୍ଲ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି ଚି଼କଲଖଣ୍ଡି ସରପଞ୍ଚ ଭଗବାନ ବେହେରା ଓ ସମାଜସେବୀ ଶଙ୍କର ରେଡ୍ଡୀ ଏବଂ ଗ୍ରାମବାସୀ ଶୀଘ୍ର ତଦନ୍ତ କରି ଦୋଷୀ କୁ ଧରାଯାଉ ବୋଲି ଦାବି କରିଛନ୍ତି
