April 24, 2026

ଛତ୍ରପୁର ଉପଖଣ୍ଡ ସ୍ତରୀୟ ରୋଗୀ କଲ୍ୟାଣ ସମିତି ବୈଠକ

IMG-20260127-WA0102
Share

 

 

ଛତ୍ରପୁର ୨୭/୦୧/୨୬(ଅରୁଣ କୁମାର ପଣ୍ଡା )ଛତ୍ରପୁର ଉପଖଣ୍ଡ ସ୍ତରୀୟ ରୋଗୀ କଲ୍ୟାଣ ସମିତି ବୈଠକ ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଛତ୍ରପୁର ଉପଖଣ୍ଡ ଅଧିକ୍ଷକ ଡ.ଅଲେଖ ପ୍ରଧାନ, ଛତ୍ରପୁର ଏନ ଏ ସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ସହକାରୀ ଉପ- ଜିଲ୍ଲାପାଳ ରବୀନ୍ଦ୍ର ମିଶ୍ର, ଡ. ସୁଦର୍ଶନ ସାହୁ, ମେଡିକାଲ ପରିଚାଳକ ଗଣେଶ ନାହାକ ପ୍ରମୁଖ ମଂଚାସୀନ ଥିଲେ। ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀ ସେବା ଏବଂ ଭିତ୍ତି ଭୂମି ପ୍ରତିଷ୍ଠା କ୍ଷେତ୍ରରେ ଆଗରେ ରହିଥିଲେ ମଧ୍ୟ କିଛି ଡାକ୍ତର ପଦବୀ ସମେତ କିଛି ପାରା ମେଡିକାଲ କର୍ମଚାରୀ ପଦବୀ ଖାଲି ରହିଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା l ପ୍ରସୂତି ବିଭାଗ ଏବଂ ଭେଷଜ ବିଭାଗ ଡାକ୍ତର ପଦବୀ ସହ ଶିଶୁ ରୋଗ ବିଭାଗ ର ଡାକ୍ତର ପଦବୀ ଆବଶ୍ୟକତା ଥିବାରୁ ଏହି ପଦବୀ ଗୁଡିକ କିପରି ପୂରଣ ହେବ ସେ ନେଇ ସଦସ୍ୟ ମାନେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରୋଗୀ କଲ୍ୟାଣ ସମିତି ବୈଠକ ରେ ବିଭିନ୍ନ ସମୟ ରେ ପୂର୍ତ୍ତ ବିଭାଗ ପାଇଁ ଧାର୍ଯ୍ୟ କରାଯାଇଥିବା ବିଭନ୍ନ ପ୍ରକଳ୍ପ ର କାର୍ଯ୍ୟ ହୋଇ ପାରୁ ନଥିବା ରୁ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିବା ସହ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମେଡିକାଲ ପରି ଏକ ଜରୁରୀ ସେବା ପାଇଁ ପୂର୍ତ୍ତ ବିଭାଗ ର ଅବହେଳା କୁ ଉପଲବ୍ଧି କରି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ ଏଥି ସହ ଆମ୍ବୁଲାନ୍ସ ସେବା, ଡାଇଲେସିସ ସେବା କୁ ଅଧିକ କ୍ରିୟାଶିଳ କରିବା ପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା। ଡାକ୍ତର ମାନଂକୁ ଜରୁରୀକାଳୀନ ଭିତରେ ରୋଗୀ ସେବା ପାଇଁ ଡିଜିଟାଲ କାଲିଙ୍ଗ ସେବା ଆରମ୍ଭ କରାଯିବନେଇ ବୈଠକ ରେ ନିଷ୍ପତି ହୋଇଥିଲା। ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାନୁଆରୀ ପ୍ରଥମ ଦିନ କରାଯାଇ ଥିବା ରକ୍ତଦାନ ଶିବିର ରେ ଛତ୍ରପୁର ମେଡିକାଲର କିଛି ଡାକ୍ତର ତଥା ଡ଼ା.ତୁଷାର ଇପିଲି, ଡ଼ା. ସୁଚରିତା ସାହୁ, ଡ଼ା.କାଜଲ କୁମାରୀ ନାୟକ, ଡ଼ା. ସୁପ୍ରିୟା ସାହୁ, ଡ଼ା. ଆଶୁତୋଷ ପ୍ରଧାନ ଏବଂ ପାରା ମେଡିକାଲ କର୍ମଚାରୀ ତଥା ସୁରଜ୍ ଚନ୍ଦ୍ର ପଣ୍ଡା,ଅନିତା କୁମାରୀ ଦାଶ, ଆର.ସୁନୀତା ରାଓ, ଜି.ତିରୁପତି, ରକ୍ତଦାନ କରିଥିବାରୁ ସେମାନଂକୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ରୋଗୀ କଲ୍ୟାଣ ସମିତି ବୈଠକ ରେ ସାଂସଦ ପ୍ରତିନିଧି ରୁଈନା ପଟନାୟକ, ପି ଧର୍ମା ରେଡ୍ଡୀ,ଦୁର୍ଯୋଧନ ରେଡ୍ଡୀ, ବନୋଜ ନାହାକଙ୍କ ସହ ରୋଗୀ କଲ୍ୟାଣ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ଓ ସବୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

You may have missed