ଅନସ୍ଲୋ ଶିକ୍ଷାନୁଷ୍ଠାନ ୧୯୭୭ ମସିହା ଛାତ୍ର ଙ୍କ ବନ୍ଧୁ ମିଳନ
ଛତ୍ରପୁର ତା ୨୭/୧/୨୬(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ରେ ୧୮୫୫ ମସିହାରେ ସ୍ଥାପିତ ବହୁ ପୁରାତନ ଅନସ୍ଲୋ ଶିକ୍ଷାନୁଷ୍ଠାନ ରେ ୧୯୭୭ ମସିହାରେ ଏକାଦଶ ଶ୍ରେଣୀ ରେ ପାଠପଢୁଥିବା ଦୀର୍ଘ ୪୯ ବର୍ଷ ବ୍ୟବଧାନରେ ଛତ୍ରପୁର ଉଜ୍ଜେଲେଶ୍ୱରି ମନ୍ଦିର ନିକଟ ଏସ ଭି ଆର କଲ୍ୟାଣ ମଣ୍ଡପ ଠାରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି, ଶିକ୍ଷାନୁଷ୍ଠାନ ର ପୂର୍ବତନ ଶିକ୍ଷକ ଶ୍ରୀ କୁମୁଦ ଚନ୍ଦ୍ର ତ୍ରିପାଠି ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହ ପୂର୍ବତନ ଛାତ୍ରମାନେ ସାର୍ ଙ୍କ ଆଶ୍ରି ବାଦ ଗ୍ରହଣ କରିଥିଲେ, ଛାତ୍ରମାନେ ସ୍ମୃତି ଓ ଅନୁଭୂତି ଆଦାନପ୍ରଦାନ କରିଥିଲେ, ଶିକ୍ଷକ ଶ୍ରୀ ତ୍ରିପାଠୀ ସାର୍ ଦୀର୍ଘ ବର୍ଷ ପରେ ମଧ୍ୟ ଛାତ୍ରମାନଙ୍କୁ ମନେ ପକାଇ ନିଜର ଅନୁଭୂତି ବର୍ଣ୍ଣନା କରି ଖୁସି ବ୍ୟକ୍ତ କରିଥିଲେ, ଆସନ୍ତା ବର୍ଷ କୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଅଧିକ ବନ୍ଧୁଙ୍କ ସହଯୋଗରେ ପାଳନ କରିବା ପାଇଁ ନିଷ୍ପତ୍ତି କରାଗଲା, ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ର ଯୋଗଦେଇ ସହଯୋଗ କରିଥିଲେ
