April 26, 2026

ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ସହ ବାର୍ଷିକ କ୍ରିଡ଼ା ଉତ୍ସବ ପାଳନ

IMG-20260127-WA0090
Share

 

 

ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟରର ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ସହିତ ବିଦ୍ୟାଳୟର ୫୫ ତମ ବାର୍ଷିକ କ୍ରିଡ଼ା ଉତ୍ସବ ପାଳନ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ସସ୍ମିତା ମିଶ୍ରଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ପବିତ୍ର କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଦିଗାମ୍ବର ପ୍ରଧାନ ମୁଖ୍ୟ ଅତିଥି ଭାବେ, ପ୍ରାକ୍ତନ ଶିକ୍ଷକ ଶ୍ରୀ ଉମେଶ ଦାସ ମୁଖ୍ୟବକ୍ତା ରୂପେ, କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ସମ୍ମାନିତ ଅତିଥି ଭାବେ ଏବଂ ବିଦ୍ୟାଳୟର ଏସ୍ ଏମ୍ ସି ସଭାପତି ଶ୍ରୀ ମହମ୍ମଦ ଅସରଫ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ସମସ୍ତ ଅତିଥି ଆଜିର ଦିନର ମହତ୍ତ୍ୱ ଓ ଗୁରୁତ୍ବ ବିଷୟରେ ଆଲୋଚନା କରିବା ସହିତ ଦେଶ ମାତୃକା ପ୍ରତି ଛାତ୍ରଛାତ୍ରୀମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ଆଲୋକପାତ କରିଥିଲେ। ସର୍ବୋପରି ଜଣେ ଜଣେ ସଚେତନ ନାଗରିକ ଭାବେ ସମସ୍ତେ କିପରି ଭାରତ ମାତା ପ୍ରତି ଉତ୍ସର୍ଗ, ତ୍ୟାଗ ଓ ସମର୍ପଣ ରହିବା ପାଇଁ ଅତିଥି ମାନେ ନିବେଦନ କରିଥିଲେ। ଏହି ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପତି ସଂଯୋଜନା କରିଥିଲେ। ମଞ୍ଚ ପରିଚାଳନା ରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବାଂଶୁ କହଁର ଓ ସାଗରିକା ପ୍ରଧାନ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ଅତିଥି ମାନଙ୍କୁ ମୁମେଣ୍ଟୋ ବା ସ୍ମୃତି ଫଳକ, ଫୁଲ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଥି ସହିତ ବିଦ୍ୟାଳୟ ପାଇଁ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶୈକ୍ଷିକ କର୍ମଚାରୀ ମାନଙ୍କୁ ମୁମେଣ୍ଟୋ ବା ସ୍ମୃତି ଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର, ଟ୍ରଫି ଏବଂ ପ୍ରାଇଜ୍ ଦେଇ ଉତ୍ସାହିତ କରାଯାଇଥିଲା। ସମସ୍ତ କାର୍ଯ୍ୟରେ ବିଦ୍ୟାଳୟର ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ଯଥା ଯାଜ୍ଞସେନୀ ନାୟକ, ଗୌରୀ କୁମାରୀ ପଣ୍ଡା, ସନ୍ତୋଷ କୁମାର ଅଧିକାରୀ, ପବିତ୍ର ପାତ୍ର, ପାଚିକା ସହାୟିକା, ପିଅନ ଓ ନାଇଟ ଓ୍ଵାଚର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ସାହାଯ୍ୟ ଓ ସହଯୋଗ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ