ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷl ସ୍ନେହମୟୀ ଆଚାର୍ଯ୍ୟ …
ତିର୍ତ୍ତୋଲ27/1/2026 ଗତ ପନ୍ଦର ଦିନ ହେଲା କଟକ ପାରାଦ୍ୱୀପ ରାସ୍ତାର ଜଇପୁର ନୂଆପଡା ଓମ ଫେଡ଼ ସମ୍ମୁଖରେ ବିପନ୍ନ ଅବସ୍ଥାରେ ରାସ୍ତା କଡରେ ପଡିରହିଥିବା ଜଣେ ଅପରିଚିତ ଅସହାୟ ଓ ନିରାଶ୍ରୟ ବୃଦ୍ଧ ଙ୍କ ଖବର ପାଇ, ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷl ସ୍ନେହମୟୀ ଆଚାର୍ଯ୍ୟ ଆଜି ଅପରାହ୍ନ 5 ଟା ବେଳେ ସେଠାରେ ପହଂଚି, ଆମ୍ବୁଲାନ୍ସ ଡକାଇ ତାଙ୍କୁ ମୁମୂର୍ସ ଅବସ୍ଥାରେ ଉଦ୍ଧାର କରି, ପ୍ରଥମେ ମଣିଜଙ୍ଗା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଶୁ ଚିକିତ୍ସା କରାଇବା ପରେ, ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ରେଫର ନମ୍ବର 7327 ରେ କଟକ ଏସ ସି ବି କୁ ସ୍ଥାନାନ୍ତରିତ କରାଯାଇଛି l ତେବେ ପ୍ରଶ୍ନ ଉଠୁଛି, ଏହି ରାସ୍ତାରେ ଶହ ଶହ ଯାତ୍ରୀ ଯାତାୟାତ କରୁଥିବା ବେଳେ, କୌଣସି ଜଣେ ହେଲେ ବ୍ୟକ୍ତି ଏହି ଅସହାୟ ବୃଦ୍ଧ ଙ୍କ ପ୍ରତି ସମବେଦନଶିଳ ହୋଇ ନଥିଲେ l ତେବେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟ କ୍ଷl ସ୍ନେହମୟୀ ଆଚାର୍ଯ୍ୟ ଖବର ପାଇଲା ମାତ୍ରେ ଘଟଣା ସ୍ଥଳ ରେ ପହଂଚି ସେହି ଅଚିହ୍ନା ଅଜଣା ବ୍ୟକ୍ତି ଙ୍କୁ ଉଦ୍ଧାର କରି, ଅନ୍ୟମାନଙ୍କ ପାଇଁ ଏକ ମହନୀୟ ଉଦାହରଣ ସୃଷ୍ଟି କରିଛନ୍ତି l ତେବେ ଶ୍ରୀମତୀ ଆଚାର୍ଯ୍ୟ ଏଥି ପୂର୍ବରୁ ହଜାରେ ରୁ ଉର୍ଦ୍ଧ, ଭିନ୍ନକ୍ଷମ, ମାନସିକବିକୃତ ଓ ଅସହାୟ ଲୋକ ମାନଙ୍କୁ ନୂଆ ଜୀବନ ପ୍ରଦାନ କରିବା ଓ ଥଇଥାନ କରି ଆସୁଥିବାରୁ ସାଧାରଣ ରେ ଏହାର ଉଚ୍ଚ ପ୍ରଶଂସା କରାଯାଇଛି l ତାଙ୍କ ସହିତ ଚିନ୍ମୟୀ ନାୟକ ଓ ପଙ୍କପାଳ ର ଯୁବ ସମାଜସେବୀ ଶକ୍ତି ପ୍ରସାଦ ଦାଶ ଏହି ଉଦ୍ଧାର କାର୍ଯ୍ୟରେ, ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
