ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରର ଜୀବନ। ଟପ୍ପରବାଲା କୋଚିଂ ସେଣ୍ଟର ଛାତ ଉପରେ କରାଯାଇଥିଲା ପତାକା ଉତ୍ତୋଳନ।
ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରର ଜୀବନ। ଟପ୍ପରବାଲା କୋଚିଂ ସେଣ୍ଟର ଛାତ ଉପରେ କରାଯାଇଥିଲା ପତାକା ଉତ୍ତୋଳନ। ସୂର୍ଯ୍ୟାସ୍ତ ପୂର୍ବରୁ ପତାକା ଅବତରଣ କରିବା ବେଳେ ପତାକାରେ ଲାଗିଥିବା ଜିଆଇ ପାଇପ୍ ବାଜି ଯାଇଥିଲା ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାରରେ। ଫଳରେ ଛାତ୍ରଙ୍କୁ ଜୋରରେ ବିଦ୍ୟୁତ ଝଟକା ଲାଗଥିଲା। ତାଙ୍କୁ ତୁରନ୍ତ କୁଜଙ୍ଗ ମେଡିକାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ତେରଗାଁରେ ହୋଇଥିବା ବେଳେ କୁଜଙ୍ଗ ସମାଗୋଳ ଗ୍ରାମରେ ନିଜ ମାମୁଁ ଘରେ ରହି ସେ ପାଠ ପଢ଼ୁଥିଲେ ବୋଲି ଜଣାପଡିଛି। କୁଜଙ୍ଗ ବନବିହାରୀ ହାଇସ୍କୁଲରେ ପାଠ ପଢ଼ୁଥିଲେ ବୋଲି ଜଣାପଡିଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାପାମାଆ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି।
