March 11, 2026

୭୫ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ର ବିଷୟରେ ଆଲୋଚନା ଚକ୍ର….

huk
Share

ବ୍ରହ୍ମପୁର , ମାନବବାଦୀ ହେତୁବାଦୀ ସଂଗଠନ ଗଂଜାମ ଜିଲ୍ଲା ଆନୁକୂଲ୍ୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ “ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ର” ବିଷୟରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ସଭାପତି ଇ.ଟି. ରାଓ ସଭାପତିତ୍ୱ କରିଥିଲେ । ସଙ୍ଗଠନର ଉପସଭାପତି କିଶୋର ଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ । କିଶୋର କୁମାର ବେହେରା ଅବସରପ୍ରାପ୍ତ ଅଧ୍ୟକ୍ଷ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନ ପ୍ରଣୟନର ଧାରା ଓ ପରିଶେଷରେ ଏହା ୧୨ ଟି ଉଚ୍ଛେଦ ୨୦ଟି ଭାଗରେ ୩୯୫ ଧାରା ବିଶିଷ୍ଠ ଏକ ବଡ ସମ୍ବିଧାନ ୨୬.୦୧.୧୯୫୦ ମସିହାରେ ଭାରତରେ ଲାଗୁ ହୋଇଛି ବୋଲି ଜଣାଇଥିଲେ। ଏଥିରେ ପ୍ରତ୍ୟେକ ନାଗରିକର ଅଧିକାର କର୍ତ୍ତବ୍ୟ ବିଷୟରେ ବିଭିନ୍ନ ଧାରାକୁ ଉଦ୍ଧୃତ କରି ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ।କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଭାରତର ଗଣତନ୍ତ୍ର ସଂକଟରେ ଜନତାଙ୍କ ଠାରୁ ଦୁରେଇ ରହୁଥିବା ଜଣାଇଥିଲେ। ଏଥିରେ ଭାଲଚନ୍ଦ୍ର ଷଡଙ୍ଗୀ, ସୋମନାଥ ବେହେରା, ଅଧ୍ୟାପିକା ଅନିତା ପାଣି, ଅବସରପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ସାହୁ, ଆଡଭୋକେଟ ମନୋଜ କୁମାର ପାତ୍ର, ପ୍ରତାପ ଚନ୍ଦ୍ର ଚୌଧୁରୀ, ଗୋପାଳ ମହାପାତ୍ର,
ଡ଼ଃ.ବିଧୁପ୍ରଭା ରଥ, ଶ୍ୟାମସୁନ୍ଦର ଖାଡଙ୍ଗା, ଲଷ୍ମୀନୃସିଂହ ରଥ, ପି.ସି.ହଲଦାର, ରବିନାରାୟଣ ଆଚାର୍ଯ୍ୟ, ଜି. ରବି ସୁଧାକର, ପ୍ରେମ କୁମାର ସାହୁ , କେ. ବାସବରାଜୁ, ପ୍ରତାପ କୁମାର, ଗାୟତ୍ରୀ ଷଡଙ୍ଗୀ, ମଧୁସୂଦନ ଷଡଙ୍ଗୀ, ଏନ.ରାମାରାଓ, ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନୃସିଂହ ରଥ, ମଧୂସୁଦନ ସେଠୀ, ଶ୍ୟାମସୁନ୍ଦର ଖାଡଙ୍ଗା ଓ ବହୁ ବୁଦ୍ଧିଜୀବୀ ଏଥିରେ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି ସଂଯୋଜନ କରିଥିଲେ ଓ ସୁନେଜ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।