November 23, 2024

 ବୁଦ୍ଧଖୋଲ ମହୋତ୍ସବ ଉଦଘାଟିତ

Share

ବୁଗୁଡା : ତା ୨୭/୦୧/୨୩ : ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶରେ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଆୟୋଜିତ “ବୁଦ୍ଧଖୋଲ ମହୋତ୍ସବ”ର ଶୁଭାରମ୍ଭ ହୋଇଯାଇଛି । ଉନ୍ନୟନ ସମିତି ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ , ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ଯ , ଗଞାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ , ଓଡିଶା ଭୁବନେଶ୍ବର କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ , ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ , ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ ଓ ସମିତି ସଭ୍ୟା ଅଳକା ନନ୍ଦ ପ୍ରମୁଖ ଯୋଗ ଦେଇ ବୁଦ୍ଧଖୋଲ ଅଗଣିତ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ କବି ଚିତ୍ତ ରଞ୍ଜନ ଦାସଙ୍କ ରଚିତ ପୁସ୍ତିକା “ବୁଦ୍ଧଖୋଲ ଐତିହ୍ୟ ଗୀତିକା” ଉନ୍ମୋଚନ ହୋଇଥିବା ବେଳେ ମ୍ଯାଟ୍ରିକ୍ ଓ +୨ର ବ୍ଲକ୍ ଟପ୍ପରଙ୍କ ସମେତ ୫ମ ଶ୍ରେଣୀ ବୃତ୍ତି ଏବଂ ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଉଦଘାଟନୀ ଉତ୍ସବରେ ହ୍ଯୁମନ୍ ସାଗରଙ୍କ ସଙ୍ଗୀତ ସମସ୍ତଙ୍କୁ ବିମୋହିତ କରିଥବା ବେଳେ ଗୁଲୁଆଙ୍କ କମେଡିରେ ଦର୍ଶକ ହସି ହସି ବେଦମ୍ ହୋଇ ପଡିଥିଲେ । ସୋଲଣ୍ଡିର ଦୁଆରୀ ନାଚ, ବାଦୁଆର ଘୁଡୁକି , ପୋଲସରା ନଟରାଜ କଳାକେନ୍ଦ୍ର ଓ କଟକ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟ, କରଡାପାଣିର ଶ୍ରୀ ରାଧା ରମଣ ମହିଳା ଲଉଡି ଖେଳ , ବୁଗୁଡ଼ା ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ପିଲାଙ୍କ ନୃତ୍ୟ , ବ୍ରହ୍ମପୁର କଳା ପରିଷଦ କଳାକାରଙ୍କ ନୃତ୍ୟ, ଓଡଗାଁ ସରସ୍ବତୀ ଡ୍ଯାନ୍ସ ଗ୍ରୁପ୍ ଓ ପୁ�
ପୁରୀ ଅଲିଉଡ୍ ଡ୍ଯାନ୍ସ ଗ୍ରୁପର ନୃତ୍ୟ ସମେତ ବାଘ ବୃଷଭ ଓ ଚଇତି ଘୋଡା ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା ବେଳେ ଉପସ୍ଥାପିକା ଭାବେ ପ୍ରେରଣା ପ୍ରତୀକ୍ଷା ଯୋଗ ଦେଇଥିଲେ ।