November 23, 2024

କଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଗୌରବ ବଢ଼ାଇଲେ ସପ୍ତମ ଶ୍ରେଣୀ ଛାତ୍ର ରଫାଏଲ

Share

 

/ବ୍ରାହ୍ମଣୀଗାଁ ତା:୨୭/୧ ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ଅଞ୍ଚଳ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସିକରମାହା କ୍ଳଷ୍ଟର ର କଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ରଫାଏଲ୍ ପରିଚ୍ଛା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଶୃତ ଲିଖନୀ ରେ ଅଂଶ ଗ୍ରହଣ କରି ପ୍ରଥମ ପୁରସ୍କାର ଲାଭ କରି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବ୍ଲକ ସ୍ତରରେ ପୁରସ୍କୃତ କରାଯାଇଥିବା ବେଳେ ୭୪ତମ ପବିତ୍ର ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ଉକ୍ତ ଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି । ଆୟୋଜିତ ସାଧାରଣ ତନ୍ତ୍ର ଦିବସ ପାଳନ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଏଲିଆସ୍ ନାୟକ ଯୋଗ ଦେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଦେଶ ପ୍ରେମ ତଥା ପାଠ ପଢ଼ା ରେ ଆଗ୍ରହ ରଖି ଉତ୍ତମ ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଲୁକାଇତ ପ୍ରତିଭା କୁ ପରିପ୍ରକାଶ କରିବା ପାଇଁ ସୁରଭି କାର୍ଯ୍ୟକ୍ରମ ମାଧ୍ୟମ ରେ ବିଭିନ୍ନ ପ୍ରତିଯୋଗୀତା ମାନ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରି ପୁରସ୍କୃତ କରିବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ବଣର ମଲ୍ଲି ତାର ସୁବାଷ କୁ ଦେଶ ବିଦେଶ ରେ ଯେପରି ମହକାଇବ ସେନେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହ ଦେବା ସହ ରାଫାଏଲ ପରିଛା ଙ୍କ ଦକ୍ଷତା କୁ ଭୂରି ଭୂରି ପ୍ରଶଂସା କରିବା ସହ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ମୁଖୀ ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ସହ ଶିକ୍ଷକ ଦୀପୁ ମଲ୍ଲିକ, କାହୁଁ ଚରଣ ଦିଗାଲ ବାପି ମୁଖୀ ମାଝୀ, ପ୍ରାଣବନ୍ଧୁ ରଣ ସିଂ ସହ ଶିକ୍ଷୟିତ୍ରୀ ମଙ୍ଗଳା ଦିଗାଲ ପ୍ରମୁଖ ସହଯୋଗ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)