December 3, 2024

୩୦ତମ ମା ଶାରଳା ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ

Share

ଅସ୍ତରଙ୍ଗ୨୭/୧/ ଅସ୍ତରଙ୍ଗ ମା ଶାରଳା ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ଆୟୋଜିତ ନରେନ୍ଦ୍ର ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି| କ୍ଳବର ସଭ୍ୟମାନେ ପ୍ରଥମେ ତାରିଣୀ ମନ୍ଦିର ଠାରୁ ଏକ ମଶାଲ ଯାତ୍ରାକରି ନରେନ୍ଦ୍ର ଷ୍ଟାଡିୟମରେ ପହଞ୍ଚିଥିଲେ | ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗ ବିଡିଓ ଡ଼ଃ ବେବୀତା ମଞ୍ଜରୀ ନାୟକ,ସମ୍ମାନିତ ଅତିଥିଭାବେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ,ନିମାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ.ଅଜୟ କୁମାର ବେହେରା ଓ ଶାରଳା ସ୍ପୋର୍ଟିଂ କ୍ଲବ୍ ଉପଦେଷ୍ଟା ଦିବାକର ଛାଟୋଇ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିବା ପରେ ଖେଳର ଶୁଭାରମ୍ଭ ହୋଇଥିଲା | ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଶାରଳା ସ୍ପୋର୍ଟିଂର ପ୍ରତିଷ୍ଠାତା ନଟକିଶୋର ମହାନ୍ତି,ଚୈତନ୍ୟ ମହାନ୍ତି ,ସଭାପତି ଯୁଗଳକୀଶୋର ମହାନ୍ତି,ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା,ସମ୍ପାଦକ ଦିବ୍ୟଦର୍ଶୀ ବିଶ୍ୱାଳ,ସହ ସମ୍ପାଦକ ମିଥୁନ କୁମାର ବେହେରା,କୋଷାଧ୍ୟକ୍ଷ ମାନସ ବେହେରା,ରାଜେଶ ମହାନ୍ତି,ମନୋଜ କୁମାର ଛାଟୋଇ,ପ୍ରଦୀପ୍ତ ଛାଟୋଇ ଓ ହୃଷିକେଶ ଛାଟୋଇ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ | ପ୍ରତିଯୋଗିତାର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଯଦୁପୁର କ୍ରିକେଟ୍ ଏକାଡେମୀ ଅଧିନାୟକ ଜୋହେବ ଅଲ୍ଲୀ ପ୍ରଥମେ ଟଚ୍ ଜିତିବାରେ ତାଙ୍କ ଟିମ୍ ବ୍ୟାଟିଂ କରିବା ସମେତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା |ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଅଧିନାୟକ ରାଜେଶ ସେଠୀଙ୍କ ନେତୃତ୍ୱାଧୀନ ନିଆଳି କ୍ରିକେଟ ଏକାଡେମୀ-କଟକ ଟିମ୍ ଖେଳିବାରେ ସମସ୍ତ ଉଇକେଟ୍ ହରାଇ ୧୮ ଓଭରରେ ୧୨୧ ରନ୍ ସଂଗ୍ରହ କରିଥିଲା |ଦଳ ପକ୍ଷରୁ ସୁରେଶ ଚନ୍ଦ୍ର ପାତ୍ର ୩୮ବଲରେ ସର୍ବାଧିକ ୫୯ ରନ ସଂଗ୍ରହ କଲାବେଳେ ଅଂଶାରୀ ଅଲ୍ଲୀ ରେହେମାନ ୪ ଓଭରରେ ୫ ଉଇକେଟ ନେଇ ଭଲ ପଦର୍ଶନ କରିଥିଲେ| ଯଦୁପୁର କ୍ରିକେଟ୍ ଟିମ୍ ୫୮ ରନରେ ବିଜୟହାସଲ କଲାବେଳେ ଦଳପକ୍ଷରୁ ଅଧିନାୟକ ଜୋହେବ ଅଲ୍ଲୀ ୪୯ ବଲରେ ୭୧ ରନ ସଂଗ୍ରହକରି ଦଳ ପାଇଁ ରେକର୍ଡ କରିବା ସମେତ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରୂପେ ବିବେଚିତ ହୋଇଥିଲେ|ତାଙ୍କୁ ଆକର୍ଷଣୀୟ ପୁରସ୍କାର ସମେତ କପ୍ ପ୍ରଦାନ କରାଯାଇଥିଲା ଶୁକ୍ରବାର ଦ୍ଵିତୀୟ ମ୍ୟାଚ ରେ ରାଇଜିଙ୍ଗ ଷ୍ଟାର କୁମାର ବସ୍ତ ଟସ ଜିତି ପ୍ରଥମେ ବ୍ୟାଟିଂ କରି୧୮୫ ରନ କରିଥିବା ବେଳେ ଆମ୍ବେଦକର କ୍ରିକେଟ କ୍ଳବ ଜଗସିଂହପୁର ୮ ଉଇକେଟ ବିନିମୟରେ୧୭୮ରନ କରିଥିଲେ ରାଇଜିଙ୍ଗ ଷ୍ଟାର ୭ରନ ରେ ଟୁନାମେଣ୍ଟ ଜିତି ନେଇଥିଲେ ଏବଂ କୁମାରବସ୍ତର ସନ୍ତୋଷ ଜେନା ମ୍ୟାନଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦୁର୍ଗାଚରଣ ମହାରଣା ଓ ଦିବ୍ୟଦର୍ଶୀ ଛାଟୋଇ ଅମ୍ପେୟାର ରହି ଖେଳ ପରିଚାଳନା କରିଥିଲେ।୨୬ ଜାନୁଆରୀ ଛୁଟିଦିନ ଥିବାରୁ ଖେଳ ପଡ଼ିଆର ଚାରିପଟେ ଶତାଧିକ ଦର୍ଶକ ଓ ସ୍କୁଲ ଛାତ୍ରଛାତ୍ରୀ କ୍ରିକେଟ୍ ଖେଳକୁ ଉପଭୋଗ କରିଥିଲେ। ପ୍ରକାଶ ଚନ୍ଦ୍ର ବେହେରା ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଶାରଳା ସ୍ପୋର୍ଟିଂ କ୍ଲବ୍ ମିଡିଆ ସେଲ୍ ସମ୍ପାଦକ ପବିତ୍ର କୁମାର ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।