November 24, 2024

ବି ଏସ ଏଫ ଓ ପୋଲିସ ବିଭାଗୀୟ ଅଧିକାରୀଙ୍କ ମାଓ ଅଧୁଷ୍ୟତ ଅଂଚଳ ପରିଦର୍ଶନ

Share

 

 

କୋରାପୁଟ ଜ଼ିଲ୍ଲା ବୈପାରୀଗୁଡା ବ୍ଲକ ରେ ଆଜି ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବିଏସଏଫ୍ ଓ ପୋଲିସ ବିଭାଗର ଅଧିକାରୀମାନେ ବୈପାରିଗୁଡା ବ୍ଲକ ଗ୍ରସ୍ତ କରି ମାଓ ଅଧ୍ଯୁଷିତ ଅଂଚଳରେ ଥିବା ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଛତିଶଗଡ ଓ ଓଡିଶା ସୀମାନ୍ତ ବୈପାରିଗୁଡା ବ୍ଲକର ଦୁର୍ଗମ ଅଂଚଳରେ ମାଓଦମନ ସମ୍ପର୍କରେ ରଣନୀତି ପ୍ରସ୍ତୁତି ସହ ସମୀକ୍ଷା କରିଛନ୍ତି । ପୋଲିସ ଏଡିଜି ଅମିତାଭ ଠାକୁର ଓ ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା ଓ ଅନ୍ଯାନ ଅଧିକାରୀ ମାନେ ପ୍ରଥମେ ନୂତନ ଭାବେ ପ୍ରତିଷ୍ଠିତ ହୋଇଥିବା ସୁନୀଲ ବେହେରା କୁମ୍ବିଖାରୀ ୧୫୧ ବିଏନ ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରି ମାଓସ୍ଥିତି ଓ ଗତିବିଧି ସମ୍ପର୍କରେ ବିଏସଏଫ୍ ଯବାନମାନଙ୍କ ସହ ଆଲୋଚନା କରିଥିଲେ ! ଏହି ଆଧିକାରୀ ମାନଙ୍କ ସହ ଶ୍ରୀ ଅନିରୁଦ୍ଧ ସିଂହ, ଆଇପିଏସ୍, (ଡିଆଇଜି/ଏସଆଇଡବ୍ଲ୍ୟୁ), ଶ୍ରୀ ରାଜେଶ ପଣ୍ଡିତ, ଆଇପିଏସ୍, (ଡିଆଇଜି/ଏସଡବ୍ଲୁଆର), ଶ୍ରୀ ମଦନଲାଲ, ଡିଆଇଜି, ଏସ୍ଏଚ୍ଜେଡ୍ ବିଏସ୍ଏଫ୍ କୋରାପୁଟ, ଶ୍ରୀ ଅଜୟ କୁମାର, କମାଣ୍ଡାଣ୍ଟ 151 ବିଏନ୍ ବିଏସ୍ଏଫ୍, ଶ୍ରୀ ହରିଶ ବି.ସି, ଆଇପିଏସ୍, ଏସ୍ଡିପିଓ ଡ, ଜୟପୁର, ଶ୍ରୀ ଏନ. ରାଉତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା