June 21, 2026

ଗର୍ଭବତୀ ମହିଳା ଙ୍କର ସନ୍ଦେହଜନକ ମୃତ୍ୟୁ ଝିଅ ପରିବାର ଆଣିଲେ ହତ୍ୟା ଅଭିଯୋଗ 

IMG-20241226-WA0014
Share

 

ଅସ୍ତରଙ୍ଗ୨୬/୧୨: ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ କଣ୍ଟାପଡା ଗ୍ରାମ ରେ ଜଣେ ବିବାହିତା ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି ଯେଉଁ ମହିଳା ୮ମାସ ର ଗର୍ଭବତୀ ବୋଲି ସୂଚନା ରହିଛି । ଯାହାକୁ ନେଇ ଅଞ୍ଚଳ ରେ ଏକ ପ୍ରକାର ଶୋକର ପରିସ୍ଥିତି ଦେଖିବାକୁ ମିଳିଛି । ସୂଚନା ମୁତାବକ ନିକଟବର୍ତ୍ତୀ ଗ୍ରାମ ଆଙ୍କୁଅ ଗ୍ରାମ ର ପ୍ରତାପ ମହାରଣା ଙ୍କ ଝିଅ ଦୀପାସିଖା ମହାରଣା କଣ୍ଟପଡା ଗ୍ରାମ ର ନବଘନ ଓଝା ଙ୍କ ପୁଅ ରାଜେଶ ଓଝା (ବାଇଆ )ଙ୍କୁ ଗତ ଫେବୃଆରୀ ମାସ ରେ ବୈଦିକ ରୀତିନୀତି ରେ ବିବାହ କରିଥିଲେ । ଆଜି ବ୍ଲକ ରେ କିଛି ଜରୁରୀ କାର୍ଯ୍ୟ ରେ ସ୍ୱାମୀ ରାଜେଶ ଥିଲେ, ମଧ୍ୟାହ୍ନ ସମୟ ରେ ରାଜେଶ ତାଙ୍କ ସ୍ତ୍ରୀ ଦୀପଶିଖା କୁ ବାରମ୍ବାର କଲ୍ କରିଥିଲେ କିନ୍ତୁ ସେ କଲ୍ ଗ୍ରହଣ କରିନଥିଲେ । ଏ ବାବଦରେ ସେ ତାଙ୍କ ବାପା ଙ୍କୁ ଫୋନ କରି କଥା ହେବାର କିଛି ସମୟ ପରେ ରାଜେଶ ମଧ୍ୟ କିଛି ସମୟ ପରେ ଘରେ ପହଞ୍ଚି ଦେଖିଥିଲେ ଜେ, ଶୋଇବା ଘର ଭିତରେ ତାଙ୍କ ସ୍ତ୍ରୀ ଭିତରେ କବାଟ ଦେଇଛନ୍ତି କିନ୍ତୁ ଯେତେ ବାଡେଇଲେ ଖୋଲୁନାହାନ୍ତି । ସେଥିପାଇଁ ତାଙ୍କ ପରିବାର ଲୋକ ଏକ ଶାବଳ ଦ୍ୱାରା କବାଟ ତାଡି ଭିତରେ ପ୍ରବେଶ କରିବାରୁ ବୋହୁ କୁ ଝୁଲନ୍ତା ଅବସ୍ଥା ରେ ଦେଖିଥିଲେb। କିନ୍ତୁ ଏ ଘଟଣା କୁ ଦୀପଶିଖା ଙ୍କ ବାପ ଘର ଲୋକ ପ୍ରତ୍ୟାଖାନ କରିବା ସହ ଏହା ଏକ ଷଡ଼ଯନ୍ତ୍ର ରଚିତ ହତ୍ୟା ବୋଲି ଦୀପଶିଖା ଙ୍କ ଶଶୁର ନବଘନ ଓଝା, ଶାଶୁ କୁନୀଲତା ଓଝା, ସ୍ୱାମୀ ରାଜେଶ ଓଝା (ବାଇଆ ) ଙ୍କ ନାମରେ ଅସ୍ତରଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି ।ଏହା ହତ୍ୟା କି ଆତ୍ମହତ୍ୟା ଏହି ଘଟଣା ସମ୍ପୂର୍ଣ୍ଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା କୁ ନେଇ ସମ୍ପୂର୍ଣ୍ଣ ଅସ୍ତରଙ୍ଗ ଅଞ୍ଚଳ ରେ ଚାଞ୍ଚଲ୍ୟ କର ପରିସ୍ଥିତି ସୃଷ୍ଟି ହୋଇଛି ।ଘଟଣା ସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଞ୍ଚି ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି l

ଦୁଃଶାସନ ନାୟକ,ଅସ୍ତରଙ୍ଗ