June 21, 2026

ରାଜ୍ୟ ସ୍ତରୀୟ ତାଲିମ ନେଲେ ରାୟଗଡା ଜିଲ୍ଲାରୁ ୫ ଶିକ୍ଷକ 

IMG-20241226-WA0013
Share

 

 

କୋଲନରା : ଓସେପା ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ୫ ଦିନିଆ ରାଜ୍ୟ ସ୍ତରୀୟ ଅନ୍ତର୍ନିବେଶୀ ଶିକ୍ଷା ତାଲିମ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ୫ ଜଣ ଶିକ୍ଷକ ଯୋଗ ଦେଇ ଆର ପି ଭାବେ ତାଲିମ ନେଇଥିବା ବେଳେ, କୋଲନରା ବ୍ଲକରୁ ମିନଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର ଯୋଗ ଦେଇଛନ୍ତି। ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମ ଗତ କାଲି ୨୦ ତାରିଖରେ ଉଦଯାପିତ ହୋଇଥିବା ବେଳେ ଏହି ୫ ଜଣ ଆର ପି ଙ୍କୁ ଷ୍ଟେଟ ପ୍ରୋଜେକ୍ଟ ଡ଼ାଇରେକ୍ଟର ପ୍ରମାଣ ପତ୍ର ସହ ସମ୍ମାନିତ କରିଛନ୍ତି। ରାୟଗଡା ଜିଲ୍ଲାର କୋଲନରା ବ୍ଲକରୁ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର, ଗୁଣୁପୁର ବ୍ଲକରୁ ସନ୍ଦୀପ କୁମାର ପଟ୍ଟନାୟକ, ପଦ୍ମପୁର ବ୍ଲକରୁ ଚିତ୍ତରଞ୍ଜନ ସେନାପତି ଓ ବି ଆର ପି ସୌମ୍ୟ ପ୍ରକାଶ ନାୟକ, ରାୟଗଡା ବ୍ଲକରୁ ପ୍ରଦୀପ କୁମାର ତ୍ରିପାଠୀ ତାଲିମ ଗ୍ରହଣ କରିଛନ୍ତି। ଶିକ୍ଷାନୀତି ୨୦୨୦ ଅନୁଯାୟୀ ଏହି ତାଲିମ ଦିଆଯାଇଛି। ସବୁ ବର୍ଗର ଛାତ୍ର ଛାତ୍ରୀ, ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ କିଭଳି ସାମିଲ ହୋଇ ଶିକ୍ଷା ଗ୍ରହଣ କରି ପାରିବେ ସେଥି ସମ୍ପର୍କରେ ତାଲିମ ଦିଆଯାଇଛି। ଶିକ୍ଷାବର୍ଷ ୨୦୨୪ – ୨୫ ରେ ରାୟଗଡା ଜିଲ୍ଲାରୁ ତାଲିମ ନେଇଥିବା ଏହି ସାଧନ କର୍ମୀମାନେ ନିଜ ନିଜ ବ୍ଲକରେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିବେ ବୋଲି ଜଣାପଡିଛି।

ରିପୋର୍ଟ: ସଞ୍ଜୀବ କଣ୍ଡାଗରୀ